ବେଆଇନ୍ ଚିଙ୍ଗୁଡି ଘେରି ଭାଙ୍ଗିବାକୁ ନିଦେ୍ର୍ଦଶ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ତହସିଲ୍ଦାର, ଜିଲ୍ଲା ପରିବହନ ଅଧିକାରୀ, ଜିଲ୍ଲା ଜଙ୍ଗଲ ଅଧିକାରୀ, ଜିଲ୍ଲା ଅବକାରୀ ଅଧିକ୍ଷ, ଜିଲ୍ଲା ଖଣି ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ୍ ଭାବେ ଚିଙ୍ଗୁଡି ଘେରିକୁ ତଦନ୍ତ କରି ଭାଙ୍ଗିବା ପାଇଁ ନୋଟିସ୍ ଜାରି କରିବା ପାଇଁ ଆଲୋଚନା କରାଯାଇଛି । ଜିଲ୍ଲା ପରିବହନ ଅଧିକାରୀଙ୍କୁ ମାଲ୍ବାହି ଗାଡିର ଓଭରଲୋଡିଂ ଗାଡି, ହେଲେମେଟ୍ ଏବଂ ଅନ୍ୟାନ୍ୟ କାଗଜପତ୍ର ତଦାରଖ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଗୁଡିକରେ ନିଶା କାରବାର ବନ୍ଦ କରିବା ଉପରେ ଗୁରୁତ୍ୱଆରୋପ କରାଯାଇଛି । ଏଥିସହିତ ଖଣି ଖାଦାନ ଗୁଡିକରେ ବେଆଇନ୍ ବାଲି, ମାଟି ଆଦି ଚାଲାଣକୁ ବନ୍ଦ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ନାୟକ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।