ଗୋଆ ନାଇଟ୍‌ କ୍ଲବ୍‌ ଅଗ୍ନିକାଣ୍ଡ : ଥାଇଲ୍ୟାଣ୍ଡରେ ଦୁଇ କ୍ଲବ୍ ମାଲିକ ଅଟକ

ଗୋଆ ନାଇଟ୍‌ କ୍ଲବ୍‌ ଅଗ୍ନିକାଣ୍ଡ : ଥାଇଲ୍ୟାଣ୍ଡରେ ଦୁଇ କ୍ଲବ୍ ମାଲିକ ଅଟକ

ନୂଆଦିଲ୍ଲୀ : ଥାଇଲାଣ୍ଡରୁ ଧରାପଡିଲେ ଗୋଆ ନାଇଟ୍‌ କ୍ଲବ୍‌ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା । ଗୋଆ ନାଇଟ୍‌ କ୍ଲବ୍‌ ଅଗ୍ୱିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସଙ୍କୁ ଥାଇଲାଣ୍ଡ ପୋଲିସ ଅଟକ ରଖି ସେମାନଙ୍କ ପାସପୋର୍ଟକୁ ସସପେଣ୍ଡ୍‌ କରାଯାଇଛି । ଭାରତର ଅନୁରୋଧ ପରେ ଥାଇ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି ।

   

     ସୂଚନାନୁସାରେ,ଗୋଆ ପୋଲିସର ଅନୁରୋଧ ରକ୍ଷା କରି ବୈଦେଶିକ ମନ୍ତ୍ରୀ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟକୁ ରବ୍ଦ କରିଥିଲା । ତେଣୁ ଉଭୟେ ଥାଇଲାଣ୍ଡର ଫୁକେଟ ସହରରୁ ବାହାରକୁ ଯାଇପାରିନଥିଲେ । ସେଠାରେ ତାଙ୍କୁ ଥାଇ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।     

   

    ଦୁଇ ଭାଇ ଡିସେମ୍ବର ୭ତାରିଖ ରାତ ୧.୧୭ରେ ଥାଇଲାଣ୍ଡ୍‌ ପାଇଁ ଟିକେଟ୍‌ ବୁକ୍‌ କରିଥିଲେ । ଏହି ସମୟରେ ବିର୍‌ଚ ବାଏ ରୋମିଓ ଲେନ୍‌ ନାଇଟ୍‌ କ୍ଲବରେ ନିଆଁ ଲାଗିଯାଇଥିଲା । ପୋଲିସ ତାଙ୍କ ପାଖରେ ପହଁଚିବା ପୂର୍ବରୁ ସେମାନେ ଦେଶ ଛାଡି ଚାଲିଯାଇଥିଲେ । ଗତ ଶନିବାର ଉତ୍ତର ଗୋଆର ଆରପୋରାରେ ଥିବା ନାଇଟ୍‌ କ୍ଲବ୍‌ ‘ବିର୍‌ଚ ବାଇ ରୋମିଓ ଲେନ୍‌’ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ନାଇଟ୍‌ କ୍ଲବ୍‌ର ସହ ମାଲିକ ଅଜୟ ଗୁପ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ଘଟଣାର ପରଦିନ ନାଇଟ୍‌ କ୍ଲବ୍‌ ସହ-ମାଲିକ ଲୁଥ୍ରା ଭ୍ରାତା ଥାଇଲାଣ୍ଡ ପଳାୟନ କରିଥିଲେ । ପରେ ଉଭୟଙ୍କ ବିରୁଦ୍ଧରେ ଇଣ୍ଟରପୋଲ୍‌ ବ୍ଲୁ କର୍ଣ୍ଣର ନୋଟିସ୍‌ ଜାରି କରାଯାଇଥିଲା ।