ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଟ୍ରମ୍ପଙ୍କ ବଡ଼ ଘୋଷଣା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ହ୍ବାଇଟ୍ ହାଉସ୍ରେ ଦୁଇ ଶକ୍ତିଶାଳୀ ରାଷ୍ଟ୍ରନେତାଙ୍କ ମଧ୍ୟରେ ଭେଟଘାଟ ହୋଇ ଯାଇଛି। ୨୦ ଜାନୁଆରୀରେ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ କୌଣସି ବିଦେଶୀ ନେତାଙ୍କୁ ଏହା ଟ୍ରମ୍ପଙ୍କର ପ୍ରଥମ ସାକ୍ଷାତ। ଦୁଇ ନେତାଙ୍କ ଭିତରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ବିଶେଷ କରି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ନେଇ ଟ୍ରମ୍ପ ଓ ନେତାନ୍ୟାହୁଙ୍କ ମଧ୍ୟରେ ଆଲୋଚନା ହୋଇଛି। ବୈଠକ ପରେ ଦୁଇ ନେତା ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଟ୍ରମ୍ପ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଚେଷ୍ଟା କରିବ ଆମିରିକା। ଆବଶ୍ୟକ ହେଲେ ଆମେରିକା ଯୁଦ୍ଧଗ୍ରସ୍ତ ଗାଜା ପଟ୍ଟୀ ଉପରେ କବ୍ଜା କରିବ। କେବଳ ସେତିକି ନୁହେଁ ଗାଜା ପଟ୍ଟୀ ଉପରେ ମାଲିକାନା ସାବ୍ୟସ୍ତ କରିବ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି,
- ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବ ଆମେରିକା
- ଗାଜା ପଟ୍ଟୀ ଉପରେ କବ୍ଜା କରିବ
- ଗାଜାକୁ କବ୍ଜା କରି ସେଠାରେ ସୁଧାର ଆଣିବ ଆମେରିକା
- ଗାଜାର ଧ୍ବଂସ ସ୍ତୂପକୁ ହଟାଇ ଲୋକଙ୍କ ରହିବା ଉପଯୋଗୀ କରି ପାରିବ
- ଗାଜାରେ ଥିବା ମାରଣାସ୍ତ୍ରକୁ ହଟାଇ ସେଠାରେ ଶାନ୍ତି ଫେରାଇ ଆଣିବ
- ଗାଜା ବାସୀଙ୍କ ପାଇଁ ଘର ଓ ଚାକିରି ବ୍ୟବସ୍ଥା କରିବ ଆମେରିକା
- ଛୋଟ ପିଲା ପୁଣି ଥରେ ସ୍କୁଲରେ ପାଠ ପଢ଼ିପାରିବେ
- ଶୀଘ୍ର ମଧ୍ୟପ୍ରାଚ୍ୟର ବିଭିନ୍ନ ସ୍ଥାନ ଗସ୍ତ କରିବେ ଟ୍ରମ୍ପ