ଘୋଷଣା ହେଲା ନୂଆପଡ଼ା ଉପନିର୍ବାଚନ ତାରିଖ

ଆସନ୍ତା ନଭେମ୍ବର ୧୧ ତାରିଖରେ ଓଡ଼ିଶାର ନୂଆପଡ଼ା ବିଧାନସଭା ଉପନିର୍ବାଚନ । ୧୮ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଏନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମୁଖ୍ୟ ନିର୍ବାଚନ ଆୟୋଗ (ECI) ଅନୁଯାୟୀ, ୧୧ ନଭେମ୍ବରରେ ମତଦାନ ଓ ୧୪ ନଭେମ୍ବରରେ ଭୋଟ ଗଣତି ହେବ।
ନୂଆପଡ଼ାରେ ୫୬ଟି ନୂଆ ପୋଲିଂ ବୁଥ ସ୍ଥାପନ କରାଯାଇଛି। ୨୨ ସେପ୍ଟେମ୍ବରରୁ EVM ଓ VVPATର ଯାଞ୍ଚ ଆରମ୍ଭ ହୋଇଛି । ନିର୍ବାଚନ ଆୟୋଗ ୪୭୦ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରିଛି, ଯେଉଁମାନେ ନିର୍ବାଚନର ସମସ୍ତ ପର୍ଯ୍ୟାୟରେ ନିରୀକ୍ଷଣ କରିବେ।