ଚତୁର୍ଥ ଦିନ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୯ ୱିକେଟ୍ରେ ୨୨୮ ଇତିହାସ ରଚିଲେ ବୁମ୍ରା, ହାତେଇଲେ ୨୦୦ ଟେଷ୍ଟ ୱିକେଟ
ମେଲବୋର୍ଣ୍ଣ : ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ୨୨୮ ରନ୍ କରିଥିଲେ । ଅଷ୍ଟ୍ରେ୍ରଲିଆ ବିପକ୍ଷରେ ପ୍ରଥମ ଇନିଂସରେ ଭାରତୀୟ ଦଳ ୩୬୯ ରନ୍ ସଂଗ୍ରହ କରିଥିଲା । ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ୩୩୩ ରନ୍ ପଛୁଆ ରହିଛି । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ୱାଜା ୨୧ ରନ୍ କରିଥିବାବେଳେ ମାମୁସ ଲବସେଗ୍ନ ୭୦ ରନ୍ କରିଥିଲେ । ସେହିପରି ପ୍ୟାଟ୍ କମିନ୍ସ ୪୧ ରନ୍ ନାଥନ ଲୟନ ୪୧ ରନ୍ କରି ଅପରାଜିତ ଥିବାବେଳେ ସ୍କଟ୍ ବୋଲାଣ୍ଡ ୧୦ ରନ୍ କରିଥିଲେ । ତୃତୀୟ ଦିନ ଶେଷ ସୁଦ୍ଧା ୧୦୫ରେ ଅପରାଜିତ ଥିବା ଭାରତର ନୀତୀଶ କୁମାର ରେଡ୍ଡୀ ଚତୁର୍ଥ ଦିନରେ ୧୧୪ ରନ୍ କରି ପାଭିଲିୟନ ଫେରିଥିଲେ । ପ୍ରଥମ ଇନଂସରେ ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୫୦ ରନ୍ କରିଥିଲେ ଅପରପକ୍ଷରେ ଜଶସ୍ୱୀ ଜୟସ୍ୱାଲ ୮୨ ରନ୍, ବିରାଟ କୋହଲି ୩୬ ରନ୍ କରିଥିଲେ । ଅଧିନାୟକ ରୋହିତ ଶର୍ମା ମାତ୍ର ୩ ରନ୍ କରି ପାଭିଲିୟନ ଫେରିଥିଲେ । ଦୁଇ ଦଳ ମଧ୍ୟରେ ହୋଇଥିବା ଟେଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି ।
ରବିବାର ଭାରତୀୟ ଦଳର ବୋଲର ଜସପ୍ରୀତ ବୁମ୍ରା ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସରେ ଟ୍ରାଭିସ୍ ହେଡଙ୍କ ୱିକେଟ୍ ନେଇ ସେ ଟେଷ୍ଟ କ୍ରିକେଟରେ ୱିକେଟ୍ ୨୦୦ ପୂରଣ କରିଛନ୍ତି । ବଡ କଥା ହେଉଛି ସେ ହାରାହାରି ୨୦ରୁ କମ୍ ହାର ଅର୍ଥାତ୍ ହାରାହାରି ୧୯.୫୬ ହାରରେ ତାଙ୍କ ନାମରେ ୨୦୦ ୱିକେଟ୍ ନେଇଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୪୨.୪୨ ରହିଛି । ଏହି ପ୍ରସଙ୍ଗରେ ସେ ଦୁନିଆର ମହାନ ବୋଲରମାନଙ୍କୁ ପଛରେ ପକାଇ ଦେଇଛନ୍ତି ବୁମ୍ରା ।