ଚୋରା ମଦ ଜବତ

 ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆଙ୍କ ନିଦେ୍ର୍ଦଶରେ ଚୋରା ମଦ କାରବାର ରୋକିବା ପାଇଁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଆଇଆଇସି ଧୀରଜ ଲେଙ୍କାଙ୍କ ନେତୃତ୍ୱରେ ଗତକାଲି ପୁଲିସ ଚଢ଼ାଉ କରି ଶ୍ରୀରାମପୁର କଦମଦାଣ୍ଡି ଗ୍ରାମର ପ୍ରଦୀପ ପଣ୍ଡାଙ୍କ ଠାରୁ ୬୮ଟି କିଙ୍ଗ ଫିଶର ମଦ (୩୪ଲିଟର ) ଜବତ କରିଥିବାବେଳେ ଆଜି ଅଢାଖଣ୍ଡ ମଠସାହି ଗ୍ରାମର ଫଗୁ ଭୋଇଙ୍କ ଠାରୁ ୧୫୦ଟି ୨୦୦ ମିଲି ଲିଟର ଆସ୍କା ଫଟି ( ୩୦ଲିଟର ) ଜବତ କରିଛି ।  ଗ୍ରାମାଞ୍ଚଳ ଥାନା ପୋଲିସ ଏ ସମ୍ପର୍କରେ ୨ଟି ମୋକଦମା ରୁଜୁ କରି ତଦନ୍ତ ଜାରି ରଖିଛି ।