୪ ମାଓବାଦୀ ଗିରଫ
arrest
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗନାର ଭଦ୍ରାଦ୍ରିକୋତାଗୁଡେମ ପୋଲିସ ଏବଂ ସିଆରପିଏଫ ଯବାନଙ୍କ ଦ୍ୱାରା ମିଳିତ ତଲାସୀ ଓ ଯାଞ୍ଚ ବେଳେ ୨ ପୁରୁଷ ଓ ୨ ମହିଳା ମାଓବାଦୀକୁ ଗିରଫ କରାଯାଇଛି । ଗିରଫ ମାଓବାଦୀ ମନେ ହେଲେ ସୋମନ୍ନା, ମଡକାମ୍ ଓଙ୍ଗା, କାଡତି ଲାକ୍କେ ଓ ସୋଡି ସୁକ୍କି । ସୂଚନା ଅନୁଯାୟୀ ତେଲେଙ୍ଗନାର ଚାର୍ଲା ଅଞ୍ଚଳରେ ଯବାନଙ୍କ ତଲାସୀ ବେଳେ ଏହି ୪ ମାଓବାଦୀଙ୍କୁ ଜଙ୍ଗଲ ମଧ୍ୟରୁ ଗିରଫ କରିଥିଲେ । ଗିରଫ ମାଓବାଦୀଙ୍କ ଠାରୁ ମାଓ ପୁସ୍ତିକା, କିଛି ହାତ ହତିଆର ଅସ୍ତ୍ର, କିଛି ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଆଦି ଜବତ ହୋଇଛି । ପଚରା ଉଚରା ବେଳେ ସେମାନେ ସମସ୍ତେ ମାଓବାଦୀ ବୋଲି ସ୍ୱୀକାର କରିଥିବାବେଳେ ପୋଲିସ ପକ୍ଷରୁ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।