ଶିକ୍ଷା ବିଭାଗର ୟୁନିଭରସିଟି ଟପ୍ପର ହେଲେ ଅବିନାଶ 

 ତିହିଡ଼ି : ଫକୀର ମୋହନ ବିଶ୍ୱବିଦ୍ୟାୟ ପରିଚାଳିତ ଯୁକ୍ତତିନି ପରୀକ୍ଷା ଫଳ-୨୦୨୫ ମଙ୍ଗଳବାର ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଭଦ୍ରକ ଜିଲ୍ଲା ତିହିଡ଼ି ଡିଗ୍ରୀ କଲେଜର ଶିକ୍ଷା ବିଭାଗର ଛାତ୍ର ଅବିନାଶ ଦାସ ୟୁନିଭରସିଟି ଟପ୍ପର ହୋଇଥିବା ଜଣାଯାଇଛି । ଅବିନାଶ ମୋଟ ମାର୍କ ୧୮୦୦ରୁ ସର୍ବାଧିକ ୧୬୨୨ ନମ୍ବର ରଖି ଏହି ସଫଳତା ପାଇଥିବା ଜଣାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଅବିନାଶଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରାଦନ କରାଯାଇଛି । କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଦେବେନ୍ଦ୍ର ପ୍ରସାଦ ସାମଲ,  ଶିକ୍ଷା ବିଭାଗ ମୁଖ୍ୟ ଡ.ବଂଶୀଧର ବେହେରା, ଅଧ୍ୟାପିକା ସଂଘମିତ୍ରା ବେହେରା, ଅଧ୍ୟାପିକା ସ୍ୱପ୍ନାରାଣୀ ମହାପାତ୍ର, ଅଧ୍ୟପକ ଜୀବନାନନ୍ଦ ପାଣିଗ୍ରାହୀ, ରମେଶ ଚନ୍ଦ୍ର ପ୍ରତାପ, ସ୍ୱପ୍ନବାସବଦତ୍ତା ସୂତାର, ଦେବେନ୍ଦ୍ର କୁମାର ଉଦ୍ଗାତା, ନାରାୟଣ ପୃଷ୍ଟି, ହରିହର ନାୟକ, ବିରଞ୍ଚôଚିନାରାୟଣ ମହାନ୍ତି, ଅଶୋକ ଗୋଚ୍ଛାୟତ, ରବିନାରାୟଣ କରଣ, ଲକ୍ଷ୍ମୀକାନ୍ତ ବ୍ରହ୍ମ, କମଳାକାନ୍ତ ଓଝା, ସମର ମାଝୀ, ସୂର୍ଯ୍ୟସାରଥି ବାରିକ,  ଅଧ୍ୟାପିକା ସୁନିତାପ୍ରିୟଦର୍ଶିନୀ ତ୍ରିପାଠୀ, ଡ. ପ୍ରଣତି ପଣ୍ଡା, ଚନ୍ଦ୍ରକାନ୍ତୀ ବନ୍ଧ, ସୁଜାତା ବେହେରା, ଡ. ଜାମ୍ବବତୀ ସାହୁ, ତନୁଜା ପଣ୍ଡା, ରଜନୀଗନ୍ଧା ବିଶ୍ୱାଳ ପ୍ରମୁଖଙ୍କ ସମେତ କଲେଜର ସମସ୍ତ ଶିକ୍ଷାକର୍ମଚାରୀ ଏବଂ ପରିଚଳାନା ସମିତିର ସମସ୍ତ ସଦସ୍ୟ ସଦସ୍ୟା ଅବିନାଶଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ସୂଚନା ଯୋଗ୍ୟ ଯେ ଅବିନାଶ ତିହିଡ଼ି ବ୍ଲକ ସିନେ୍ଦାଳ ପଞ୍ଚାୟତ ଇନ୍ଦିରା ଗ୍ରାମର କୃଷକ କୃତିବାସ ଦାସ ଓ ଶକୁନ୍ତଳା ଦାସଙ୍କ ପୁତ୍ର ଅଟନ୍ତି । ତେବେ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ଅବିନାଶ ପ୍ରକାଶ କରିଛନ୍ତି ।