ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହ
ଭୁବନେଶ୍ୱର : ବିହାର ଦରଭଗାଂ ସ୍ଥିତ ଆମ୍ବେଦକର କଲ୍ୟାଣ ହଷ୍ଟେଲରେ ଛାତ୍ର ମାନଙ୍କୁ ନେଇ ଏକ ସଭାର ଆୟୋଜନ କରିବାକୁ ଯାଇଥିବା ବେଳେ ଲୋକସଭାର ବିରୋଧ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିହାରର ପୋଲିସ ଅଟକାଇଥିଲା । ଏହାକୁ ବିରୋଧ କରି ଆଜି ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ରାଜ୍ୟ ଛାତ୍ରକଂଗ୍ରେସ ସଭାପତି ିଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର କର୍ମୀ ମାନେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏବଂ ଏଥିସହ କଂଗ୍ରେସ ଦଳର ବିରୋଧ ଦଳ ନେତାଙ୍କୁ ଏପରି ସଭା କରିବାକୁ ଅଟକାଇବା ସମ୍ପୂର୍ଣ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ କାର୍ଯ୍ୟ ବୋଲି ପ୍ରଧାନ ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୋଶନ ରାଉତ, ଆୟୁସ, ନରେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅନ୍ୟ ଛାତ୍ର କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।