ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ : ଭୁବନେଶ୍ୱର ରେନବୋ ଚାମ୍ପିଅନ୍
ଗୋପ : ମା ଭବାନୀ ଭଲିବଲ୍ ଦିବାରାତ୍ରି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଏଥିରେ ଓଡିÿଶାର ୪ଟି ଦଳ ଅଂଶଗ୍ରହଣ କରିଥିଲେ । ବାଲେଶ୍ୱର ଭଲିବଲ୍ ଟିମ୍, ପୁରୀ ଭଲିବଲ୍ ଟିମ୍, ଭୁବନେଶ୍ୱର ରେନ୍ବୋ ଭଲିବଲ୍ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଗୋପ ଥାନା ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ ପଡ଼ିହାରୀ ଓ କ୍ରୀଡାବିତ୍ କୃଷ୍ଣଚନ୍ଦ୍ର ପୃଷ୍ଠିଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ସମ୍ନାନୀତଅତିଥି ନିଗମାନନ୍ଦ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ, ଯୁବନେତା ମନ୍ଦୀପ ପାଇକେରାୟ, ଯୋଗଦେଇଥିଲେ । ପରବର୍ତ୍ତୀ ମ୍ୟାଚ୍ରେ ମୁଖ୍ୟଅତିଥି ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇଥିଲେ । ସମ୍ମାନୀୟଅତିଥି ସରପଞ୍ଚ ସୁଲୋଚନା ଦାସ, ବିଜେପି ଯୁବମୋର୍ଚ୍ଚା ସଭାପତି ଶିବପ୍ରସାଦ ସ୍ୱାଇଁ, କଂଗ୍ରେସ ଯୁବନେତା ଜିତେନ୍ଦ୍ର ସାହୁ ଉପସ୍ଥିତ ଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦାଶ ଖେଳ ଓ ଖେଳାଳିଙ୍କୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ବିବେଚନା କରିଥିଲେ । ଆୟୋଜକ ଦଳ ଓ ଭୁବନେଶ୍ୱର ରେନ୍ବୋ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ରେନ୍ବୋ ଭୁବନେଶ୍ୱର ଚାମ୍ପିଅନ ହୋଇଥିଲା । ଶ୍ରୀକାନ୍ତ ନାୟକ ଓ ବିଦୁ୍ୟତଭୂଷଣ ରଥ ପରିଚାଳନା କରାଯାଇଥିଲା । କିଶୋର ମିଶ୍ର ଓ ପ୍ରିୟାରଞ୍ଜନ ସାହୁ ରାଜ୍ୟସ୍ତରୀୟ ରେଫରୀ ଭାବେ ସହାୟତା କରିଥିଲେ । ଶ୍ରେଷ୍ଠ କ୍ରୀଡାବିତ୍ ଗୋପ ଭଲିବଲ ଟିମ୍ର ପିଣ୍ଟୁଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ସେଣ୍ଟର ମ୍ୟାନ ଭାବେ ଭୁବନେଶ୍ୱର ରେନ୍ବୋଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ପ୍ରତିରକ୍ଷା ଖେଳାଳି ଗୋପ ଟିମ୍ର ଅନିଲ ସେନାପତିଙ୍କୁ ପ୍ରଦାନ କରାଯାଇଥିଲା । ସୁବାସ ସାର, ରାଜା ସାର, ମଣ୍ଟା ପ୍ରମୁଖ ପରିଚାଳନା କରିଥିଲେ ।