ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଣେ ଗିରଫ
ଅନୁଗୁଳ: ବହୁ ଚର୍ଚ୍ଚିତ ଯୁବତୀ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରିବା ଘଟଣାର ଅଭିଯୁକ୍ତ ବିଶୁ ଗୋଛୟତକୁ ଗିରଫ କରିବାରେ ପୁଲିସ ମହାରାଷ୍ଟ୍ରର ରାଇଗଡରୁ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ତାକୁ ସହଯୋଗ କରିଥିବା ଅଭିଯୋଗରେ ଅନ୍ୟ ତିନିଜଣଙ୍କୁ ଗିରଫ କରାଯାଇଛି । ଗତ ଏପ୍ରିଲ ମାସ ୨୬ ତାରିଖରେ କଣିହାଁ ଅଞ୍ଚଳର ଯୁବତୀ ଭୁବନେଶ୍ୱରକୁ ଯିବା ପାଇଁ ତାଳଚେର ରୋଡ଼ ଷ୍ଟେସନକୁ ଅଟୋରେ ଯାଉଥିବା ବେଳେ ନିଖୋଜ ହୋଇ ଯାଇଥିଲେ । ମେ ୪ ତାରିଖରେ ତାଙ୍କ ଗଳିତ ମୃତଦେହ ବଅଁରପାଳ ଥାନା କେନ୍ଦୁପଲି ଗାଁ ନିକଟ ବିଲମାଲରୁ ତାଙ୍କ ଶବ ଉଦ୍ଧାର ହୋଇଥିଲା ।
ଯୁବତୀ ଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବା ଜଣା ପଡିଥିଲା । ଏହାକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୁଲିସ ପାଇଁ ଏହି ଘଟଣା ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଅପରାଧିକୁ ଧରିବା ପାଇଁ ପାଇଁ ପୁଲିସ ଅପରେସନ କୋକୂନ ଆରମ୍ଭ କରିଥିଲା । ଏଥିରେ ତିନୋଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ସିସି ଟିଭି ଜାଞ୍ଚ ବେଳେ ଯୁବତୀ ଯେଉଁ ଅଟୋରେ ଯାଉଥିଲେ ସେହି ଅଟୋର ଚାଳକ ବିଶୁ ଗୋଛାୟତ ଏହି କାଣ୍ଡ ଭିଆଇ ଥିବା ଜଣା ପଡିଥଲା କିନ୍ତୁ ବିଶୁ ରାଜ୍ୟ ବାହାରକୁ ଚମ୍ପଟ ମାରିଥିଲା । ତାକୁ ଧରିବାକୁ ପୁଲିସ ମହାରାଷ୍ଟ୍ର, ଗୁଜୁରାଟ ଆଉ ଦିଲ୍ଲୀ ଯାଇଥିଲା । ଅଭିଯୁକ୍ତ ମୋବାଇଲ ବ୍ୟବହାର କରୁ ନଥିବା ଯୋଗୁଁ ତାକୁ ପାଇବା କଷ୍ଟକର ହୋଇ ପଡ଼ିଥିଲା । ପ୍ରାୟ ୧୨୦୦ ସିସି ଟିଭି ଜାଞ୍ଚ ପରେ ବିଶୁ ମହାରାଷ୍ଟ୍ରର ରାଇଗଡରୁ ଗିରଫ କରିଛି ପୁଲିସ । ପୁଲିସର ପଚରାଉଚରା ବେଳେ ସେ ସବୁ କଥା ମାନିଥିବା ସହ ଅଟୋରେ ଯୁବତୀକୁ ଜୋର ଜବରଦସ୍ତ ନେଇ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲା ।ଦୁଷ୍କର୍ମ ପରେ ଅଭିଯୁକ୍ତ ବିଶୁ ଯୁବତୀଙ୍କୁ ତାଙ୍କ ଚୁନରୀରେ ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ନିଜ ଦୋଷ ସ୍ୱୀକାର କରିଥିବା ପୁଳିସ କହିଛି । ଆଜି ତାକୁ କୋର୍ଟ ଚାଲାଣ କରିଥିବା ବେଳେ ବିଶୁକୁ ଫେରାର ହେବାକୁ ସହଯୋଗ କରିଥିବା ତାର ବାପା, ଜେଜେବାପା ଏବଂ ମାମୁଁଙ୍କୁ ମଧ୍ୟ ଗିରଫ କରିଛି । ପୁଲିସ ଏହି ଘଟଣାରେ ୩୦ ଦିନ ଭିତରେ ଟିଖିନିଖି ତଦନ୍ତ କରି କୋର୍ଟରେ ଚାର୍ଜସିଟ ଦାଖଲ କରିବ ବୋଲି କହିଛି । ଏହା ସହ ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଚେଷ୍ଟା କରାଯିବ ବୋଲି ଏସ ପି ରାହୁଲ ଜୈନ ସୂଚନା ଦେଇଛନ୍ତି ।