ଛାତ୍ରୀଙ୍କୁ କୁକର୍ମ ଉଦ୍ୟମ : ଅଭିଯୁକ୍ତକୁ ବାନ୍ଧି ମାଡ଼ ମାରିବା ସହ ଗାଡି ପୋଡ଼ିଲେ ଲୋକେ
ବାହାନଗା: ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସି ଏଥିସହ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଲେ । ଯୁବକର ବାଇକକୁ ଜାଳିଦେଲେ ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଁଞ୍ଚିି ଯୁବକଙ୍କୁ କାବୁ କରିବା ସହିତ ଅଞ୍ଚଳରେ ଉତେଜନା ଦେଖାଦେଇଥିଲା । ଯୁବକ ହେଉଛନ୍ତି ଅନ୍ତରା ଗ୍ରାମର ପ୍ରଶାନ୍ତ ସାମଳ । ଛାତ୍ରୀ ଜଣଙ୍କ ଟିଉସନ ସାରି ଘରକୁ ଫେରୁଥିବା ବେଳେ ସିମୁଳିଆ ଥାନା ଅନ୍ତରା କେନାଲ ବନ୍ଧ ନିକଟରେ ଛାତ୍ରୀଙ୍କୁ କୁକର୍ମ କରିବାକୁ ଉଦ୍ୟମ କରିଥିଲେ । ଛାତ୍ରୀଙ୍କ ସାଇକେଲ ଓ ବହି କେନାଲଙ୍କୁ ଫିଙ୍ଗି ଦେଇଥିଲେ । ଯୁବକ ଘଟଣା ସ୍ଥଳୀରେ ଶହ ସହ ଲୋକ ରୁଣ୍ଡ ହୋଇଥିବା ବେଳେ ଛାତ୍ରୀକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳୀରେ ଉତେଜନା ଦେଖାଦେଇଛି, ଅଭିଯୁକ୍ତ ନାମରେ ଥାନାରେ ପୂର୍ବରୁ କେସ ଥିବା ଜଣା ପଡିଛି ।