ଛେଳିକୁ ଗିଳିଲା ଅଜଗର

ଆନନ୍ଦପୁର : ଛେଳି ଚରୁଥିବା ବେଳେ ଏକ ବିଶାଳ ଅଜଗର ସାପ ଆସି ଗୋଟିଏ ଛେଳିକୁ ଗିଳି ଦେଇଛି । ପୌରପରିଷଦ ଅନ୍ତର୍ଗତ ଖପରାଖାଇ ଜଙ୍ଗଲରେ ଜଣେ ଛେଳି ଚାରାଳି ଛେଳି ଚରାଉଥିବା ଥିବା ବେଳେ ହଠାତ ୧୫ ଫୁଟରୁ ଉର୍ଦ୍ଧ ଲମ୍ବର ଏକ ବିଶାଳ ଅଜଗର ସାପ ଛେଳିକୁ ପ୍ରଥମେ ନିଜଦ୍ୱାରା ଶକ୍ତ ଭାବେ ବାନ୍ଧି ଦେଇଥିଲା । ଛେଳିଟି ଅଚେତ ହୋଇଯିବା ପରେ ଅଜଗର ତାକୁ ଗିଳି ଦେଇଥିଲା । ଛେଳି ଚାରାଳି ଡାକ ଛାଡିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଅଜଗର କବଳରୁ ଛେଳିକୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।