ଘରଘର ବୁଲି ଗ୍ୟାରେଣ୍ଟି କାର୍ଡ ବାଣ୍ଟୁଛନ୍ତି କନକଲତା
ଦଶରଥପୁର,: ବିଞ୍ଝାରପୁର କଂଗ୍ରେସ ପ୍ରାର୍ଥୀନୀ କନକଲତା ମଲିକ ଘରକୁ ଘର ବୁଲି ଗ୍ୟାରେଣ୍ଟି କାର୍ଡ଼ ବାଣ୍ଟୁଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ୯ଟି ଗ୍ୟାରେଣ୍ଟି ପୂରଣ କରାଯିବ ବୋଲି ବୁଝାଉଛନ୍ତି । ଦଶରଥପୁର ବ୍ଲକ ଜାଫରପୁର ଏବଂ ବିରିପଟା ପଞ୍ଚାୟତରେ କନକଲତା ତାଙ୍କ କର୍ମୀମାନଙ୍କୁ ଧରି ଘରଘର ବୁଲି କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ବଣ୍ଟି ବିଧାନସଭା ଏବଂ ଲୋକସଭା ପାଇଁ ଭୋଟ ଦେବା ପାଇଁ ଭୋଟରମାନଙ୍କୁ ସଚେତନ କରୁଛନ୍ତି । ପିସିସି ସଭ୍ୟ ଦେବେନ୍ଦ୍ର ପଣ୍ଡା, ବ୍ଲକ ସଭାପତି ଶ୍ୟାମ ସୁନ୍ଦର କର, ଉପସଭାପତି ଚନ୍ଦ୍ର ଶେଖର ସାହୁ, ନିଳମାଧବ ମହାପାତ୍ର ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ । ଯୁବନେତା ଉମେଶ ଜେନା, ଅଜିତ ମହାନ୍ତି, ବୃନ୍ଦାବନ ଜେନା, ସୁଧାଂଶୁ ଶେଖର ରାୟ, ପରମେଶ୍ୱର ମଲ୍ଲିକ, ଅନିଲ ରାୟ, ଉତ୍ତମ ଜେନା, ଚଗୁଲ ଜେନା, ରମେଶ ମଲ୍ିକ, ମଦନ ମଲ୍ଲିକ, ସୋମ୍ୟରଂଜନ ବେହେରା, ଗଜେନ୍ଦ୍ର ବାରିକ ସମେତ ବହୁ କର୍ମୀ ଉପସ୍ଥିତ ରହି ପ୍ରଚାର ପତ୍ର ବାଣ୍ଟିଥିଲେ ।