କଂଗ୍ରେସର ମଶାଲ ଶୋଭାଯାତ୍ରା
ନିମାପଡା : ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଅପହରଣ, ନାରୀ ନିର୍ଯାତନା, ହତ୍ୟା ଓ ନିଖୋଜ ହୋଇଥିବା ମହିଳା ଓ ବାଳିକାଙ୍କ ଉଦେ୍ଦଶ୍ୟରେ ନିମାପଡ଼ାର କଂଗ୍ରେସ ଭବନ ଠାରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଶହ ଶହ କଂଗ୍ରେସ କର୍ମୀମାନଙ୍କୁ ନେଇ ମସାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୂଆ ସରକାର ଆସିବା ପରେ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବେଳକୁ ବେଳ ବିପର୍ଯ୍ୟସ୍ତ ହୋଇଥିବା କଥା କହିଛନ୍ତି କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ ।ଏହି ଭଳି ସ୍ଥିତିରେ ମହିଳା ମାନେ ଗୋଟେ ପ୍ରକାର ଅସୁରକ୍ଷିତ ହୋଇପଡିଥିବା କଥା କଂଗ୍ରେସ ଅଭିଯୋଗ କରିବା ସହିତ ମଶାଲ ଶୋଭାଯାତ୍ରା ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି ତୁରନ୍ତ ନାରୀ ନିର୍ଯାତନା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ।ଯଦି ସମସ୍ୟାର ତୁରନ୍ତ ସମାଧାନ ନହୁଏ କଂଗେସ ଦଳ ରାଜ ରାସ୍ତାକୁ ଓହ୍ଲାଇବା ସହ ରାଜ୍ୟ ବ୍ୟାପୀ ବିକ୍ଷୋଭ କରିବ ବୋଲି କଂଗ୍ରେସ କହିଛି ।ମଶାଲ ଶୋଭାଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ କାଳନ୍ଦୀ ଚରଣ ବାରିକ, ନରେନ୍ଦ୍ର ବେହେରା, ସୁଶାନ୍ତ କୁମାର ଜେନା, ପ୍ରଭାକର ପାଟ୍ଟଶାଣୀ ଓ ସେକ୍ କଲିମୁଦ୍ଦିନ୍ଙ୍କ ସହିତ ଶତାଧିକ କଂଗ୍ରେସ କର୍ମି ଉପସ୍ଥିତ ଥିଲେ ।