ଜଗା ଚାକର ସଂଘର ଧର୍ମସଭା

 ନବରଙ୍ଗପୁର : ନବରଙ୍ଗପୁର ଦାରୁବନ୍ଧ ସାହି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଜଗା ଚାକର ସଂଘର ଧର୍ମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସୁନିତା ମହାରଣା ଓ ସାଥୀ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ । ପୁରୀ ବାଲିଘାଇ ସ୍ଥିତ କ୍ରିୟା ଯୋଗାଶ୍ରମର ସନ୍ଥ ସ୍ୱାମୀ ଶ୍ରୀ କୃଷ୍ଣାନନ୍ଦ ଗିରି, ସ୍ୱାମୀ ଶ୍ରୀ ନିତ୍ୟ ପ୍ରେମାନନ୍ଦ ଗିରି ଓ ବାଲ୍ୟସନ୍ଥ ଶ୍ରୀ ପ୍ରେମାନନ୍ଦ ଦାସ ଶ୍ରୀଜଗନ୍ନାଥଙ୍କ ଅମୃତବାଣୀ ପ୍ରଦାନ କରିଥିଲେ  । ଶିକ୍ଷାବିତ୍ ଡ. ବିଜୟ କୁମାର ମିଶ୍ର, ସ୍ଥାନୀୟ ରଶ୍ମିରଞ୍ଜନ ସିଦ୍ଧାଶ୍ରମର ଅଧ୍ୟକ୍ଷ ଶ୍ରୀ ସ୍ୱାମୀ ଡ. ରଶ୍ମି ପ୍ରସାଦ, କାଳୀକୃଷ୍ଣ ସଂଘ ନବରଙ୍ଗପୁର ପ୍ରମୁଖ ଦିଲୀପ କୁମାର ହୋତା, ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ହୃଷି କେଶ ଦାଶ ଓ ଅନ୍ୟତମ ଆଚାର୍ଯ୍ୟ ରବି ଶଙ୍କର ସାହୁ, ଶିଶୁ ମନ୍ଦିର ସଭାପତି ବଳରାମ ଛୁଆଳସିଂହ, ରାଜପୁରୋହିତ ନରସିଂହ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମଗ୍ର ବିଶ୍ୱରେ ଓଡ଼ିଶା ଓ ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଶ୍ରେଷ୍ଠ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଆଉଁଳି ଗ୍ରାମର ଗୋଶାଳାରେ ଗୋ- ଆଳତି, ସଙ୍ଗ ସହ ଆନନ୍ଦବଜାରର ଆୟୋଜନ କରାଯାଇଥିଲା । ପୁରୀ ଜଗା ଚାକର ସଂଘ ପ୍ରତିଷ୍ଠାତା ଲଳିତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱ ତଥା ସନ୍ତୋଷ କୁମାର ମିଶ୍ରଙ୍କ ସମ୍ପାଦକତ୍ୱରେ ସଂଘର ଅନୀତା ମହାରଣା, ଧର୍ମାନନ୍ଦ ସାହୁ, ରାଜେଶ କୁମାର ବେହେରା, ସରୋଜ ମହାଙ୍କୁଡ, ଘାସିରାମ ନାୟକ, ମନୋଜ କଂସବେହେରା, ସୁନିଲ ମହାନ୍ତି, ହେମାଙ୍ଗିନୀ ପଟ୍ଟନାୟକ, ସୀତାଲକ୍ଷ୍ମୀ ବେହେରା, ସୁନିତା ମହାରଣା, କଳ୍ପନା ଦାଶ ପ୍ରମୁଖ ସହଯୋଗ କରିଥିଲେ ।