ପଣ୍ଡରାମାଳି ସେବାସଂଘର ପ୍ରତିବାଦ ସଭା 

ଧର୍ମଗଡ଼ : କିଛିଦିନ ହେଲା ପଣ୍ଡରାମାଳି ସମାଜର କର୍ମକର୍ତ୍ତା ଚୟନକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ଗୋଟିଏ ପଟେ ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ଆତ୍ମଘୋଷିତ କହି ବିରୋଧ କରୁଛି ପଣ୍ଡରାମାଳି ସେବାସଂଘ । ସଭାପତି ଓ କୁଳପତିଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଦୁହିଁଙ୍କ ବାର୍ତ୍ତା ଓ ପତ୍ରସଂଖ୍ୟା ତାଲମେଲ ଖାଉନଥିବା ଅଭିଯୋଗ ହେଉଛ । ଏପଟେ ଧର୍ମଗଡ଼, ଜୁନାଗଡ଼, କୋକସରା, କଲମପୁର ପଣ୍ଡରାମାଳି ସମାଜର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଓ ସମାଜପ୍ରେମୀମାନେ କର୍ମକର୍ତ୍ତାଙ୍କ ପଦବୀକୁ ଅସାମ୍ବିଧାନିକ ମନେ କରି ଏକ ମହାସଭା ଆୟୋଜନ କରି ନୂତନ କର୍ମକର୍ତ୍ତା ଚୟନ  ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଉପନୀତ କଲେଣି । ତେବେ ଧର୍ମଗଡ଼ କଲ୍ୟାଣ ମଣ୍ଡପ ଠାରେ ହେବାକୁ ଥିବା  ବୈଠକକୁ ଅଶୋଭାନୀୟ ମନେ କରି କେବଡି ସମାଜ ଭବନ ଠାରେ ପଣ୍ଡରାମାଳି ସେବାସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୌଣସି ସାମାଜିକ କର୍ମୀ ଉପସ୍ଥିତ ନ ହେବା ଓ ମହାସଭା, ନୂତନ କର୍ମକର୍ତ୍ତା ଚୟନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ବୈଠକ ନ ରଖିବାକୁ ପଣ୍ଡରାମାଳି ସମାଜର ୩୬ ବର୍ଗର ସମାଜପ୍ରେମୀ ସୁଚିନ୍ତିତ ଆସୁବାର୍ତ୍ତା ଦେଇଛନ୍ତି । ଏହି ବୈଠକରେ ଜିଲ୍ଲା ଉପସଭାପତି ବିଦ୍ୟାଧର ନାଏକ, ଧର୍ମଗଡ଼ ଗୈନ୍ତିଆ ଗିରି ପ୍ରସାଦ ନାଏକ, ଥନଟ ଗୈନ୍ତିଆ ଗୋବିନ୍ଦ ନାଏକ, ଗଡିଆଯୋର ଗୈନ୍ତିଆ ଉଦିତ ନାଏକ, ପ୍ରେମ ଲାଳ ନାଏକ, ଧନିନ୍ଦ୍ର ନାଏକ, କୃଷ୍ଣ ଚନ୍ଦ୍ର ନାଏକ, ଜୟନ୍ତ ନାଏକ, ସମେତ ବହୁ ଲୋକ ଉପସ୍ଥିତ ଥିଲେ ।