ବନରକ୍ଷୀଙ୍କ ବିୟୋଗରେ ବନ ବିଭାଗର ଶୋକ 

ଢେଙ୍କାନାଳ : ହିନେ୍ଦାଳ ସେକ୍ସର ଭାରପ୍ରାପ୍ତ ଭାବେ କାର୍ଯ୍ୟରତ ପ୍ରହ୍ଲାଦ ପ୍ରଧାନ ଗତ ୨୩ ତାରିଖ ବିଳମ୍ବିତ ରାତିରେ କାଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ତଂଟିଚିରା ଗ୍ରାମରେ  ପାଟ୍ରୋଲିଂ ଏବଂ ଶିକାର ବିରୋଧୀ ଅଭିଯାନରେ କରୁଥିବା ବେଳେ  ଏକ ସଶସ୍ତ୍ର ଶିକାରୀ ଦଳକୁ ଧରିବାକୁ ଚେଷ୍ଟା କରୁଥିଲେ । ହେଲେ ଶିକାରୀଙ୍କ ଗୁଳିରେ ଗୁରୁତର ଆହତ ହୋଇଯାଇଥିବା ବେଳେ ତାଙ୍କୁ ୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଏହି ଅକାଳ ବିୟୋଗକୁ ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।  ନିଜ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ସେ ଆମର ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ଅଟଳ ରହିଥିଲେ । ତାଙ୍କୁ କେବଳ ପ୍ରକୃତିର ରକ୍ଷକ ଭାବରେ ନୁହେଁ ବରଂ ଆମର ପ୍ରାକୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ନିଜ ଜୀବନ ଦେଇଥିବା ଜଣେ ନିଃସ୍ୱାର୍ଥପର ସରକାରୀ ସେବକ ଭାବରେ ମଧ୍ୟ ମନେ ରଖାଯିବ ବୋଲି ବନ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି । ତାଙ୍କ ଶୋକସନ୍ତପ୍ତ ପିତାମାତା, ପତ୍ନୀ ଏବଂ ଏକ ୬ ବର୍ଷର ଝିଅକୁ ବିଭାଗ ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି । ଏ ଦୁଃଖଦ ସୟରେ ତାଙ୍କ ପରିବାରକୁ ସମସ୍ତ ପ୍ରକାରର ସମର୍ଥନ ଯୋଗାଇ ଦିଆଯିବ ବୋଲି  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।