ଜାତିଗତ ଜନଗଣନାକୁ ନବୀନଙ୍କ ସ୍ୱାଗତ
ଭୁବନେଶ୍ୱର : ଜାତିଗତ ଜନଗଣନା ନେଇ କେନ୍ଦ୍ର କ୍ୟାବିନେଟ୍ଙ୍କ ନିଷ୍ପତ୍ତିକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ବିଜୁ ଜନତା ଦଳ ଲଗାତର ଭାବେ ଜାତିଗତ ଜନଗଣନା ଓ ସଂରକ୍ଷଣ ସୀମା ୫୦% ହଟାଇବାକୁ ଦାବି କରିଆସୁଛି । ୨୦୨୩ରେ ସବୁ ବର୍ଗର ଲୋକଙ୍କ ବିକାଶ ଓ ସଶକ୍ତିକରଣ ପାଇଁ ଯୋଜନା ପ୍ରସ୍ତୁତି ନିମନ୍ତେ ଜାତିଗତ ଜନଗଣନା ଉପରେ ଆମେ ଗୁରୁତ୍ୱାରୋପ କରିଥିଲୁ । କେନ୍ଦ୍ର ସରକାରଙ୍କ ଏହି ଜାତିଗତ ଜନଗଣନା ନିଷ୍ପତ୍ତି ସେହି ଉଦେ୍ଦଶ୍ୟକୁ ପୂରଣ କରିପାରିବ । ବିଜେଡ଼ି ସବୁବେଳେ ସାମାଜିକ ନ୍ୟାୟ ପାଇଁ ପ୍ରତିଶ୍ରୁତିବଦ୍ଧ । ବିଶେଷକରି ଏସଟି, ଏସସି ଓ ଓବିସି ପଛୁଆ ବର୍ଗଙ୍କ ପାଇଁ ଦଳ ଠିଆ ହୋଇଛି ବୋଲି ନବୀନ କହିଛନ୍ତି ।