ନାବଳିକା କୁକର୍ମକାରୀ ବାପାକୁ ୩ ବର୍ଷ ସଜ୍ଜା
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଆଜି ଭୁବନେଶ୍ୱର ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ (ପୋକସୋ) ର ଆତହକ ଆଡ଼ିସନାଲ ସେସନ ଜଜ୍ ସରୋଜ କୁମାର ସାହୁ, ଏୟାରପୋର୍ଟ ଥାନା ଅଞ୍ଚଳରେ ୨୦୨୨ ମସିହା ଏପ୍ରିଲ ମାସରେ ଘଟିଥିବା ଏକ ନାବାଳିକା କୁକର୍ମ ମାମଲାର ବିଚାର କରି ଅଭିଯୁକ୍ତ ବାପା ରଘୁନାଥ ସାହୁକୁ ୩ ବର୍ଷ ସଜ୍ଜା ଶୁଣାଇଛନ୍ତି । ସୂଚନା ଯୋଗ୍ୟଯେ, ନାବାଳିକା ପୀଡ଼ିତା ଜଣକ ପରିବାର ସହ ଭରତପୁର ଥାନା ଅନ୍ତର୍ଗତ ମହାଲକ୍ଷ୍ମୀ ବିହାର ଅଞ୍ଚଳରେ ରହୁଥିଲେ । ଅଭିଯୁକ୍ତ ପୀଡ଼ିତାଙ୍କ ବାପା ହୋଇଥିବା ବେଳେ ୧୫୨ ବାଟାଲିଆନ ଆସାମ ଗ୍ରୁପ୍ରେ ହେଡ୍ କନଷ୍ଟେବଲ ଭାବେ କାର୍ଯ୍ୟରତ । ଅଭିଯୁକ୍ତ ସବୁଦିନ ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ତାରେ ଘରକୁ ଫେରୁଥିବା ବେଳେ ନିଜ ଝିଅ ଉପରେ ଖରାପ ନଜର ରଖି ଯୌନ ନିର୍ଯ୍ୟାତନା ଦେଉଥିଲା । ଅଭିଯୁକ୍ତ ସୁବୁ ବଳେ ନିଜର ସହକର୍ମଚାରୀ ମାନଙ୍କୁ ଡକାଇ, ଘରେ ମଦ୍ୟପାନ କରି ଏକ ଅସାମାଜିକ ସ୍ଥିତି ସୃଷ୍ଟି କରୁଥିଲା । ପୀଡ଼ିତାଙ୍କ ମାଆ ଏହାର ବିରୋଧ କରିବାରୁ, ଅଭିଯୁକ୍ତ ତାଙ୍କୁ ହତ୍ୟା ଧମକ ଦେଉଥିଲା । ଗତ ୧୭.୪.୨୦୨୨ ରିଖ ବିଳମ୍ବିତ ରାତିରେ ପୁନଶ୍ଚ ଅଭିଯୁକ୍ତ, ଅଭିଯୋଗକାରିଣୀଙ୍କୁ ଅତି ଅସଭ୍ୟ ଓ ଅସାମାଜିକ ଭାଷାରେ ଗାଳିଗୁଲଜ କରି ଗଳାଚିପି ହତ୍ୟା କାରିବାର ପ୍ରୟାସ କରିଥିଲା । ଏହି ସମୟରେ ମାଆକୁ ଆକ୍ରମଣ କରୁଥିବା ଦେଖି ପୀଡ଼ିତା ଝିଅ ଚିକ୍ରାର କରିବାରୁ ଅଭିଯୁକ୍ତ ଅଭିଯୋଗକାରିଣୀଙ୍କ ଗଳା ଛାଡିଦେଇଥିଲା । ଏହି ଆକ୍ରମଣ ଫଳରେ ଅଭିଯୋଗକାରିଣୀଙ୍କ ଡାହାଣ ହାତ ଏବଂ ଗୋଡରେ ଆଘାତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ପରେ ଏନେଇ ସେ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଥାନା କେସ ନମ୍ବର ୧୪୬/୨୦୨୨, ଦଫା- ୩୪୧,୩୨୩, ୩୫୪(ଏ), ୫୦୬, ୩୦୭ ଓ ଦଫା- ୮ପୋକସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହାର ତଦନ୍ତ ଭାର ପ୍ରଥମେ ଏସଆଇ ବୈଶାଳିନୀଙ୍କୁ ଦିଆଯାଇଥିଲା । ଶ୍ରୀମତୀ ପଣ୍ଡା ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରି ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ଅଦାଲତ ୪ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଅଭିଯୁକ୍ତ ରଘୁନାଥ ସାହୁକୁ ଦଫା- ୩୫୪-ଏ (୧) (ଆଇ) ଆଧାରରେ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ୧ ମାସ ଅଧିକ କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରୋସିକୁ୍ୟଟର ବଳରାମ ଦେଓ ପ୍ରମୁଖ ପରିଚାଳନା କରିଥିଲେ ।