ଟ୍ରେନ ଦୁର୍ଘଟଣାରେ ଯୁବକର କଟିଲା ଆଙ୍ଗୁଠି
ନୀଳଗିରି : ଟ୍ରେନ ଦୁର୍ଘଟଣାରେ ଜଣେ ଅଜଣା ଯୁବକ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ରାତି ୮ଟା ସମୟରେ ନୀଳଗିରି ଗୋପୀନାଥପୁରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଯୁବକ ପୁହୁଣି ନିକଟରେ ମେମୁଟ୍ରେନ ଧକ୍କାରେ ଦୁର୍ଘଟଣା ଘଟି ଗୁରୁତ୍ୱର ଆହାତ ହୋଇଛନ୍ତି । ଯୁବକ ଜଣଙ୍କ ରେଳଲାଇନ ପାର ହେଉଥିବାବେଳେ ଟ୍ରେନଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ବାମହାତର ତିନୋଟି ଆଙ୍ଗୁଳି କଟିଯାଇ ସେଠାରେ ପଡ଼ିଥିବା ବେଳେ ଯୁବକଙ୍କ ଗୋଡ଼ରେ ଗଭୀର ଆଘାତ ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ ବାହାର ରାଜ୍ୟର ବୋଲି ଜଣାଯାଇଛି । ତେବେ ଗୁରୁତର ଯୁବକ ଜଣକୁ ସ୍ଥାନୀୟ ଯୁବକଙ୍କ ସହାୟତାରେ ଲୋକ ପାଇଲଟ ଟ୍ରେନରେ ବାଲେଶ୍ୱର ହସ୍ପିଟାଲ ନେଇଯାଇଥିଲା । ପ୍ରଥମେ ବାଲେଶ୍ୱର ମେଡିକାଲରେ ଚିକିସôାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଯୁବକ ଜଣକ ଦିଲ୍ଲୀ ଅଞ୍ଚଳର ଶୁଣିବାକୁ ମିଳିଛି । ସେ ରାଇଗାଁ ଠାରେ ଶାଳନ୍ଦୀ କେନାଲ କାମରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ । ଏସମ୍ପର୍କରେ ଉକ୍ତ ଠିକାଦାର ସଂସ୍ଥାର ସାଇଡ ମେନେଜର କଥାକୁ ଲୁଚାଇବାକୁ ଅପଚେଷ୍ଟା କରିଛନ୍ତି । ଅନ୍ୟଦିଗରେ ଏହି ଠିକାସଂସ୍ଥାରେ କିଛି ନାବାଳକ ମଧ୍ୟ କାର୍ଯ୍ୟ କରୁଥିବାର ଅଭିଯୋଗ ଉଠିଛି ।