ମେଟ୍ରୋ ପାଇଁ ହେବ ବୈଷୟିକ କମିଟି

ଭୁବନେଶ୍ୱର :  ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ବୈଷୟିକ କମିଟି ।  ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ ସ୍ତରୀୟ ସବ୍ କମିଟି ବୈଠକ ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । 
ନୂଆ ଟ୍ରାକ୍ ନେଇ କମିଟି ରିପୋର୍ଟ ଦେବ । କମ୍ପ୍ରେହେନସିଭ୍ ମୋବିଲିଟି ପ୍ଲାନ୍ ମଧ୍ୟ ତିଆରି ହୋଇଛି । କେଉଁ ଲାଇନରେ ଯିବ , କେଉଁଠି ପାର୍କିଂ ଅଞ୍ଚଳ ହେବ କମିଟି ଏହାର ରିପୋର୍ଟ ଦେବ । ସାଧାରଣ ଲୋକଙ୍କ ମତାମତ ନିଆଯାଇ ପୁରୁଣା ପ୍ରକଳ୍ପ ବନ୍ଦ ହେବ ।  ମେଟ୍ରୋ କାମ ଚାଲିଥିଲେ ପୂରା ରାସ୍ତା ଜାମ୍ ହୋଇଥାଆନ୍ତା ।