ଜାଭିୟର ସ୍କୁଲର ବାର୍ଷିକ ଉସବ

କାକଟପୁର: ପୁରୀଜିଲ୍ଲା କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜାଭିୟର ସ୍କୁଲର ବାର୍ଷିକ ଉସôବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି  । ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଗା ଚରଣ ପରିଡାଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମରେ  ସ୍କୁଲର ସଭାପତି ଶର୍ମିଷ୍ଠା ବିଶ୍ୱାଳ  ଅଧ୍ୟକ୍ଷତା କରିଥିବାବେଳେ ସ୍କୁଲର  ପ୍ରିନ୍ସପାଲ ଦୁର୍ଗା ଚରଣ ପରିଡା  ଅତିଥି ପରିଚୟ ପ୍ରଦାନ କରିଥିଲେ  । ମୁଖ୍ୟଅଥିତି ଭାବେ ବ୍ଲକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ଜେନା, ସମ୍ମାନିତ ଅତିଥି ଜ୍ୟୋର୍ତିମୟୀ ଦଳାଇ, ମୁଖ୍ୟବକ୍ତା ହିମାଂଶୁ ଭୂଷଣ ତ୍ରିପାଠୀ  ଯୋଗଦେଇ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନିର୍ମାଣରେ ଅଭିଭାବକମାନଙ୍କ ମୁଖ୍ୟ ଭୂମିକା ଏବଂ ସେମାନଙ୍କୁ ମୋବାଇଲର ଅପବ୍ୟବହାରରୁ ଦୂରେଇ ରଖି ଶିକ୍ଷା ସହ ମାନବିକତାର ମୂଲ୍ୟବୋଧର ଗୁରୁତ୍ୱ ଦେବାକୁ ପରାମର୍ଶ ତଥା ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିବା ସହ ଏହି ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଅବଦାନ ତଥା ବିଭିନ୍ନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ  । ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ।  ବିଭିନ୍ନ ବିଭାଗରେ ପରିଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ  । ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଚିତାକର୍ଷକ ନୃତ୍ୟ, ସଂଗୀତ ଓ  ସମାଜରେ ମଦ କିପରି ପରିବାର ନଷ୍ଟ କରୁଛି ଏକ ସୁନ୍ଦର ନାଟକ ପରିବେଷଣ କରାଯାଇଥିଲା  ।