ଧନପୁର ବାଦିପାଲା ଉଦ୍ୟାପିତ

ପାଣିକୋଇଲି :  ସତ୍ୟନାରାୟଣ ପାଲା କମିଟି ଆୟୋଜନରେ ୧୫୭ ତମ ଧନପୁର ବାଦି ପାଲା ଉଦ୍ୟାପିତ ହୋଇଛି ।   ଉଦଯାପନୀ ଉସôବ ସମ୍ବାଦିକ ସୁବାସ ଧଳଙ୍କ ସଭାତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅତିଥିଭାବେ କୋରେଇ ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ, ପାଣିକୋଇଲି ଥାନାଧିକାରୀ ରଂଜିତ କୁମାର ମହାନ୍ତି, ଗାୟକ ଜ୍ଞାନ ଜ୍ୟୋତି  ଶରତ କୁମାର ଦଲେଇ, ଗାୟକ ରସରାଜ  ଅଜୟ କୁମାର ଦୀକ୍ଷôତ ପ୍ରମୁଖ ଯୋଗଦାନ କରିଥିଲେ ।ା ପ୍ରଦୀପ କୁମାର ସ୍ୱାଇଁଙ୍କ ସଂଚଳନାରେ ଅନୁଷ୍ଠାନ ସମ୍ବର୍ଦ୍ଧନା ସଭାରେ ଅତିଥି ଓ ଗ୍ରାମ୍ୟ ମୁରବୀ ଶ୍ରୀଧର ଦାସଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଦୀପ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ନିତ୍ୟାନନ୍ଦ ବାରିକ, ରବିନାରାୟଣ ମାଝୀ, ଦୟାନିଧି ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ବେହେରା, ଅନିଲ ବୋଇତାଇ, ଯୋଗେନ୍ଦ୍ର ମାଝୀ, ପ୍ରଶାନ୍ତ ସାହୁ, ଗୋପିନାଥ ପାଢୀ, ହୃଷିକେଶ ବୋଇତାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।