ଛାତ୍ରୀଙ୍କୁ ଟୁ୍ୟସନ ସାର୍ଙ୍କ ଅସଦାଚରଣ
ବଡ଼ସାହି : ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୂଆଗାଁ ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଛି ଯାହାକି ଆଜି ଥାନା ପର୍ଯ୍ୟନ୍ତ ପହଞ୍ଚିଛି । ସେହି ଗ୍ରାମର ବିଭିନ୍ନ ଶ୍ରେଣୀର ପିଲାମାନଙ୍କୁ ନେଇ ଟିଉସନ କରୁଥିବା ଶିକ୍ଷକ ସନ୍ତୋଷ ସାହୁ ଜନୈକା ୧୫ ବର୍ଷୀୟା ନାବାଳିକାକୁ ଅସଦାଚରଣ କରିବା ସହ ତାଙ୍କର ଅଙ୍ଗପ୍ରତ୍ୟଙ୍ଗରେ ହସ୍ତ ଚାଳନା କରିଥିବା ନେଇ ଆଜି ବଡ଼ସାହି ଥାନାରେ ପୀଡ଼ିତାର ବାପା ଲିଖିତ ଅଭିଯୋଗ କରିଛନ୍ତି । ଏଥିନେଇ ବଡ଼ସାହି ପୁଲିସ ୬୯/୨୫ ନମ୍ବରରେ ଏକ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ହେଁ ଅଭିଯୁକ୍ତ ତାଙ୍କ ସମର୍ଥକଙ୍କ ସହିତ ବଡ଼ସାହି ଆସିଥିଲେ ମଧ୍ୟ ତାକୁ ଗିରଫ କରାଯାଇପାରି ନାହିଁ ।