ଯୌତୁକ ପାଇଁ ବଧୂ ହତ୍ୟା

ବାଣପୁର: ମାତ୍ର ୬୦ ହଜାର ଟଙ୍କା ଯୌତୁକ ଦାବି କରି ଶଶୁର ଘର ପରିବାର ବଧୂର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ବାଣପୁର ପୋଲିସ ଶବ ଜବତ କରିବା ସହ ସ୍ୱାମୀକୁ ଅଟକ ରଖିଛି । ୬ ବର୍ଷ ପୂର୍ବେ ବାଣପୁର ଏନ୍ଏସି ଅନ୍ତର୍ଗତ ଦାସରଥିପୁର ଗ୍ରାମର ଦୁନିଆ ନାୟକଙ୍କ କନ୍ୟା ମାମିନା ନିକଟସ୍ଥ ଭୀମପୁର ଗ୍ରାମର ମାଧବ ନାୟକଙ୍କ ପୁଅ ଭରତ ସହ ବିଭାହ କରିଥିଲେ । ବିବାହ ସମୟରେ ନଗଦ ୩୦ହଜାର ଟଙ୍କା ୩ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ସହ ଏକ ମୋଟର ସାଇକେଲ ଦିଆଯାଇଥଲା । ବାହାଘରର ଏକ ବର୍ଷ ପରେ ମାମିନା ଏକ କନ୍ୟା ସନ୍ତାନ ଜନ୍ମ କରିବାରେ ତା ଉପରେ ଅସନ୍ତୋଷ ହୋଇ ବାପ ଘରୁ ୬୦ହଜାର ଟଙ୍କା ଆଣିବା ପାଇଁ ଦାବି କରି ମାମିନାକୁ ମାରଧାର କରି ଘରୁ ବାହାର କରି ଦେଇଥିଲେ । ଫଳରେ ଥାନାରେ ଅଭିଯୋଗ ହେବାରେ ଉଭୟ ପରିବାରର ମଧ୍ୟ୍ୟସ୍ଥିଙ୍କ ଉପସ୍ଥିତରେ ସମାଧାନ ହେବାରେ ଭରତ ମାମିନାଙ୍କୁ ଘରକୁ ନେଇଥିଲେ । ମାତ୍ର ଅଳ୍ପ ଦିନ ପରେ ପୁଣି ଟଙ୍କା ଦାବି କରି ମାମିନାକୁ ମାରଧର କରିବା ସହ ଜୀବନରେ ମାରିଦବାକୁ ଧମକ ଦେଉଥିଲେ । ଏ କଥା ମାମିନା ବାପ ଘରେ କହିଥଲେ ମଧ୍ୟ ବାପ ଘର ଅବସ୍ଥା ସ୍ୱଛଳ ନ ଥିବାରୁ ବାଧ୍ୟ ହୋଇ ସବୁ ସହି ଯାଉଥିଲେ ମାତ୍ର ମାମିନା ଆତ୍ମହତ୍ୟା କରିଥିବା ଖବର ପାଇ ବାପଘର ଲୋକେ ସେଠାକୁ ଯାଇ ଥିଲେ ଶାଶୁ ଘର ଲୋକେ ମାମିନାକୁ ତଣ୍ଟି ଚିପି ମାରିଦେଇ ଦଉଡିÿରେ ଓହଳାଇ ଦେଇଥିବା ଥାନାରେ ଅଭିଯୋଗ କରିବାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ସ୍ୱାମୀ ଭରତକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୁର୍ତ୍ତୁର କାରଣ ଜଣା ପଡିବ ବୋଲି ଥାନା ଅଧିକାରୀ ରମେଶ କୁମାର ଦେବତା କହିଛନ୍ତି ।ି