ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ
ଭୁବନେଶ୍ୱର : ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ । ଆଜି ଶୁଭାରମ୍ଭ ହୋଇଛି ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫ । ଦୁଇଦିନିଆ ଲିଟେରାରୀ ଫେଷ୍ଟିଭାଲକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଉଦଘାଟନ କରିଛନ୍ତି । ଏହି ଅବସରରେ ଶବ୍ଦର ଯାଦୁଗର ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦ରୁ ଅଧିକ ବିଶିଷ୍ଟ ଲେଖକ, କବି, ଚିତ୍ରକର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି । ଦୁଇଦିନ ଧରି ଭାଷା, ସାହିତ୍ୟ, ସଂସ୍କୃତି, ସମାଜ, ସିନେମା ଓ ଶିକ୍ଷା ସହ ବିଭିନ୍ନ ବିଷୟରେ ଚର୍ଚ୍ଚା, ଆଲୋଚନା ଓ ମାନସମନ୍ଥନ ଚାଲିବ ।