ମୋବାଇଲରେ 'ସଞ୍ଚାର ସାଥୀ' ଆପ୍‌ ବାଧ୍ୟତାମୂଳକ

ମୋବାଇଲରେ 'ସଞ୍ଚାର ସାଥୀ' ଆପ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ବଢ଼ିବାରେ ଲାଗିଛି ସାଇବର ଅପରାଧ । ଏହାର ମୁକାବିଲା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଭାରତରେ ନିର୍ମିତ କିମ୍ବା ବିଦେଶରୁ ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନ୍‌ରେ ଏବେ ସଞ୍ଚାର ସାଥୀ ଆପ୍‌ ପୂର୍ବରୁ ଇନଷ୍ଟଲ ହୋଇ ରହିବ । ଏଥିପାଇଁ ସବୁ କମ୍ପାନୀକୁ ୯୦ଦିନ ସମୟ ଦିଆଯାଇଛି । ୨୦୨୬ମାର୍ଚ୍ଚ ମାସରୁ ବିକ୍ରି ହେବାକୁ ଥିବା ସବୁ ମୋବାଇଲରେ ଏହି ସଞ୍ଚାର ସାଥୀ ଆପ ପ୍ରି-ଇନଷ୍ଟଲ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଗୁଡିକ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । 

   

    ସଞ୍ଚାର ସାଥୀ ଆପ୍‌ ମୋବାଇଲ୍‌ ବ୍ୟବହାରକାରୀଙ୍କୁ ସୁରକ୍ଷା ପ୍ରଦାନ କରେ । ଯଦି କୌଣସି ଫୋନ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ କିଛି ମିନିଟ୍‌ ମଧ୍ୟରେ ରିପୋର୍ଟ କରିବା ଏବଂ ବ୍ଲକ୍‌ କରିବା ସମ୍ଭବ । ଏହା ମୋବାଇଲ୍‌ ଫୋନ୍‌ରେ ନକଲି ଲିଙ୍କ୍‌, ସ୍ପାମ୍‌ କଲ୍‌, ସନ୍ଦିଗ୍ଧ ମେସେଜ୍‌ ଏବଂ ଚାଲୁଥିବା ସଂଯୋଗ ଉପରେ ନଜର ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହି ଆପ୍‌ର ବିଶେଷତ୍ୱ ହେଉଛି ଯେ ବ୍ୟବହାରକାରୀମାନଙ୍କୁ ଆଉ ଓଗଋଓ ନମ୍ବର ମନେ ରଖିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।