ପ୍ରତ୍ୟେକ ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର୍
ଭୁବନେଶ୍ୱର : ପ୍ରଦୂଷଣ ପ୍ରମାଣପତ୍ର ଥିବା ଗଡ଼ିରେ ଲାଗିବ ଗ୍ରୀନ ଷ୍ଟିକର୍ । ଏନେଇ ସୂଚନା ଜାରି କରିଛନ୍ତି ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ରାଜ୍ୟରେ ସବୁ ଗାଡିଗୁଡିକ ପାଇଁ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ବା ପିୟୁସିସି ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏହା ସହ ପିୟୁସିସି ନଥିଲେ ଗାଡ଼ିରେ ପେଟ୍ରୋଲ ପକାଇ ପାରିବେନି ବୋଲି ପରିବହନ ବିଭାଗ ତରଫରୁ ସୂଚନା ଜାରି କରାଯାଇଥିଲା । ପେଟ୍ରୋଲ ପମ୍ପ ଗୁଡିକରେ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ପେଟ୍ରୋଲ ପମ୍ପ ଗୁଡିକରେ ପିୟୁସିସି ଦେଖାଇ ଇନ୍ଧନ ପକାଇବା ସମୟରେ ଲମ୍ବା ଧାଡି ଓ ସମୟ ଅପଚୟର ଅଭିଯୋଗ ଆଣିଥିଲେ ଚାଳକ । ଏହାପରେ ପ୍ରଦୂଷଣ ଯାଞ୍ଚ ସରିଥିବା ସମସ୍ତ ଗାଡିରେ ଗ୍ରୀନ ଷ୍ଟିକର ଲାଗିବ । ଏହି ଗ୍ରୀନ ଷ୍ଟିକର ପରିବହନ ବିଭାଗ ପକ୍ଷରୁ ଚାଳକଙ୍କୁ ଯୋଗାଇ ଦିଆଯିବ । ଯେଉଁ ଗାଡିରେ ପ୍ରଦୂଷଣ ପ୍ରମାଣ ପତ୍ର ନଥିବ ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Samir Kumar Rout