ରାଜ୍ୟରେ ୭ ଦିନ ପାଗ ଶୁଖିଲା ରହିବ : ମନୋରମା 

ରାଜ୍ୟରେ ୭ ଦିନ ପାଗ ଶୁଖିଲା ରହିବ : ମନୋରମା 

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨୪ ରେ ଅବପାତରେ ପରିଣତ ହେବ । ୪୮ ଘଣ୍ଟାରେ ଦିଗରେ ପରିବର୍ତ୍ତନ ନ କରି ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ଅଗ୍ରସର ହେବ । ଅଗ୍ରସର ପରେ ପଶ୍ଚିମ-ଦକ୍ଷିଣ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବର ସମ୍ଭାବନା ରହିଛି । କିନ୍ତୁ ରାଜ୍ୟରେ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଚାଷୀମାନେ ସତର୍କ ରହିବା ସହ ଯଥା ଶୀଘ୍ର ଅମଳ ଧାନକୁ କାଟି ଦେବାପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।