ଜି-ରାମ-ଜି ଆଇନ : ବିକ୍ଷୋଭ କରିବ କଂଗ୍ରେସ 

ଜି-ରାମ-ଜି ଆଇନ : ବିକ୍ଷୋଭ କରିବ କଂଗ୍ରେସ 

ନୂଆଦିଲ୍ଲୀ : ମନରେଗା ଆଇନ ଉଚ୍ଛେଦକୁ ବିରୋଧ କରି ସାରା ଦେଶରେ ବିକ୍ଷୋଭ କରିବ ଜାତୀୟ କଂଗ୍ରେସ। ଆଜି ଦିଲ୍ଲୀରେ ବସିଥିବା କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜି-ରାମ-ଜି କେନ୍ଦ୍ର ଓ ରାଜ୍ୟ ଭାଗୀଦାରୀକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ସଡକ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଏନେଇ ଏଆଇସିସି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ସୂଚନା ଦେଇଛନ୍ତି ।