ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ : ଗୋଟିଏ ୱିକେଟ ବିନିମୟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ । ୧୯.୩ ଓଭରରେ ବହୁ ସଂଘର୍ଷ କରି ଜିତିଲା ଦିଲ୍ଲୀ । ତେବେ ଆଇପିଏଲ୍ର ତୃତୀୟ ଦିନରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁହାଁମୁହିଁ ହୋଇଥିଲେ । ଅକ୍ଷର ପଟେଲ ଓ ଋଷଭ ପନ୍ତଙ୍କ ରୂପରେ ଉଭୟ ଦଳର ନେତୃତ୍ୱ ଦୁଇ ଜଣ ନୂଆ ଅଧିନାୟକ ନେଇଥିଲେ । ତେବେ ତୃତୀୟ ଦିନରେ ବିଶାଖାପାଟଣାଠାରେ ଖେଳାଯାଉଥିବା ଆଇପିଏଲ୍ ଲିଗ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୨୧୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ଲକ୍ଷ୍ନୌ ସୁପରଜାୟାଣ୍ଟସ୍ । ଜବାବରେ ଦିଲ୍ଲୀ ୨୧୧ ରନ୍ କରି ବିଜୟ ହୋଇଥିଲା ।
ଏହି ମ୍ୟାଚ୍ରେ ଦିଲ୍ଲୀ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ପକ୍ଷରୁ ଏଇଡେନ୍ ମାର୍କରାମ ଓ ମିଚେଲ ମାର୍ସ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ ବି ମାର୍କରାମ ୧୫ ରନ କରି ଆଉଟ ହୋଇଥିଲେ । ତେବେ ମାର୍ସ ଓ ନିକୋଲାସ ପୁରନ ଆକ୍ରାମକ ବ୍ୟାଟିଂ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମାର୍ସ ମାତ୍ର ୩୬ ବଲରେ ୭୨ ରନ କରିଥିବାବେଳେ ପୁରନ ମାତ୍ର ୩୦ ବଲରେ ୭୫ ରନ କରିଥିଲେ । ଡେଭିଡ ମିଲର ୨୭ ରନ କରିଥିଲେ । ମାତ୍ର ଅଧିନାୟକ ଋଷଭ ପନ୍ତ ଖାତା ଖୋଲିପାରିନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୨୦୯ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିବାବେଳେ କୁଳଦୀପ ଯାଦବ ୨ଟି ୱିକେଟ ନେଇଥିଲେ ।
ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ଜ୍ୟାକ୍ ୨ ବଲ୍ରେ ୧ ରନ୍, ଡୁପ୍ଲେସି ୧୮ ବଲ୍ରେ ୨୯, ଅବିଷେକ ୨ ବଲରେ ଶୂନ, ସମୀର ୪ ବଲରେ ୪, ଅକ୍ଷର ୧୧ ବଲରେ ୨୨, ତ୍ରିସ୍ତାନ ୨୨ ବଲରେ ୩୪, ଆଶୁତୋଷ ୩୧ ବଲରେ ୬୬ (ନଟ୍ ଆଉଟ), ଭିପରାଜ ୧୫ ବଲରେ ୩୯, ଷ୍ଟାକ୍ ୫ ବଲରେ ୨, କୁଲଦୀପ ୫ ବଲରେ ୫ ଓ ମୋହିତ ଶର୍ମା ୨ ବଲରେ ୧ ରନ୍ କରି ମ୍ୟାଚ୍କୁ  ଜିତି ନେଇଥିଲେ ।