କୃଷି କ୍ଷେତ୍ରରେ ହେବ ଅଭିବୃଦ୍ଧି

 ଭୁବନେଶ୍ୱର : ଆଜି ଭୁବନେଶ୍ୱରର ଲୋକସେବା ଭବନରେ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଥମଟି "ଓଡ଼ିଶାର ଢେଙ୍କାନାଳସ୍ଥିତ ଗୋବିନ୍ଦପୁରରେ ସମନ୍ୱିତ ପ୍ୟାକ୍ ହାଉସର ପରିଚାଳନା ଏବଂ ରକ୍ଷଣାବେକ୍ଷଣ' ଶୀର୍ଷକ ପ୍ରକଳ୍ପ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ, ଏବଂ ମନୋନୀତ ପରିଚାଳନା ସଂସ୍ଥା,ଏମ୍/ଏସ୍ କୋଲ୍ଡ ଚେନ୍ ସଲୁ୍ୟସନ୍ସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବାବେଳେ ଦ୍ୱିତୀୟଟି "ଓଡ଼ିଶାରେ କୃଷି ଉତ୍ପାଦନ ପୁଞ୍ଜ ପ୍ରୋସôାହନ ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ଜୀବିକାକୁ ସୁଦୃଢ଼ କରିବା' ଶୀର୍ଷକ ପ୍ରକଳ୍ପ ପାଇଁ ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ, ମିଶନ ଶକ୍ତି, ଏବଂ ପ୍ରଦାନ ନାମକ ସ୍ୱେଚ୍ଛାସେବୀ ସଙ୍ଗଠନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମ୍ମାନିତ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି । ଓଡିଶାର ଆଦିବାସୀ ବହୁଳ ଅଞ୍ଚଳରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୃଷକମାନଙ୍କର ଆୟକୁ ସ୍ଥାୟୀ ଭାବରେ ଦ୍ୱିଗୁଣିତ କରିବାର ଉଦେ୍ଦଶ୍ୟ ନେଇ କୃଷି ଉତ୍ପାଦନ ପୁଞ୍ଜକୁ ଆରମ୍ଭ କରାଯାଇଥିଲା । ମିଶନ ଶକ୍ତି ବିଭାଗ ୧୨ ଜୁନ ୨୦୨୦ରେ ଏକ ଅତିରିକ୍ତ ଏମ୍ଓୟୁ ସ୍ୱାକ୍ଷର କରି ଏପିସି ପ୍ରକଳ୍ପରେ ସାମିଲ ହୋଇଥିଲା । ଯାହା ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀଗୁଡିକୁ ସୃଦୃଢ କରୁଅଛି । ବର୍ତ୍ତମାନ ମିଶନ ଶକ୍ତି ୧୪ଟି ଜିଲ୍ଲାର ୭୩ଟି ଏପିସି ବ୍ଲକ୍ରେ ୧୧୮୧ଟି ପିଜି ଏବଂ ୬୩ଟି ପିସିକୁ ସୃଦୃଢ କରିବା ପାଇଁ ସହଯୋଗ କରୁଅଛି ।
ନୂତନ ଭାବରେ ସ୍ୱାକ୍ଷରିତ ଏହି ଏମ୍ଓୟୁ ୯ଟି ଜିଲ୍ଲା ବଲାଙ୍ଗୀର, ଢେଙ୍କାନାଳ, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଏବଂ କୋରାପୁଟ ଓ ୨ଟି ନୂତନ ଜିଲ୍ଲା ଦେଓଗଡ଼ ଏବଂ ନବରଙ୍ଗପୁର ସମେତ ୧୧ଟି ଜିଲ୍ଲାର ୨୭ଟି ବ୍ଲକରେ ୬୯୫ଟି ପିଜି ଏବଂ ୨୭ଟି ପିସିକୁ ସହଯୋଗ ପ୍ରଦାନ କରି ଏପିସି ମଡେଲକୁ ଆହୁରି ସୁଦୃଢ଼ କରିବ । ଏହି କାର୍ଯ୍ୟକ୍ରମରେ କୃଷି ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, ଉଦ୍ୟାନ କୃଷି ନିଦେ୍ର୍ଦଶକ ନିଖିଲ ପୱନ କଲ୍ୟାଣ, ମିଶନ ଶକ୍ତି ନିଦେ୍ର୍ଦଶକ ଡକ୍ଟର ମୋନିକା ପ୍ରିୟଦର୍ଶିନୀ ଏବଂ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।