ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟ୍ବଲ୍ ପ୍ରତିଯୋଗିତା
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଅଞ୍ଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ୍ଏନ୍ ହାଇସ୍କୁଲ ପଡିଆରେ ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟ୍ବଲ୍ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟ୍ବଲ୍ ପ୍ରତିଯୋଗିତା କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅତିରିକ୍ତ ଏସ୍ପି ଦେବାଶିଷ ଧଳ, ଜିଲ୍ଲା କୃଷି ଅଧିକାରୀ କଲ୍ୟାଣ ରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାର ୮ଟି ଦଳ ଭାଗ ନେଇଥିଲେ । ଫାଇନାଲ ଖେଳ କେନ୍ଦ୍ରାପଡ଼ା ଟାଉନ କ୍ଲବ୍ ଓ ରାଜକନିକା ଆଥଲେଟିକ ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜକନିକା ଆଥଲେଟିକ ଆସୋସିଏସନ ୨-୦ ଗୋଲରେ କେନ୍ଦ୍ରାପଡ଼ା ଟାଉନ କ୍ଲବକୁ ପରାସ୍ତ କରି ଚଳିତବର୍ଷ ପାଇଁ ଚାମ୍ପିଅନ ହୋଇଛି । ଉଦ୍ୟାପନୀ ଉତ୍ସବରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବପ୍ରତିଭା କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବାକୁ ପରାମର୍ଶ ଦେଇଥିଲେ । ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟବକ୍ତା ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଅକମଲ ଅଲ୍ଲୀ ସମ୍ମାନିତଅତିଥି ଭାବେ ଯୋଗଦେଇ ଥିଲେ । ମୁଖ୍ୟଅତିଥି ବିଜୟୀ ରାଜକନିକା ଆଥଲେଟିକ ଆସୋସିଏସନକୁ ମୁଖ୍ୟମନ୍ତ୍ରୀ ଟ୍ରଫି ଓ କେନ୍ଦ୍ରାପଡ଼ା ଟାଉନ କ୍ଲବ୍କୁ କପ ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ମହମଦ ସକିଲନ, ଅବଦୁଲ ମାଟିନ ସେକ ସଲିମ ଅହମଦ, ରାମ ଚନ୍ଦ୍ର ହାଁସଦା ପ୍ରମୁଖ ରହିିଥିବାବେଳେ, ଜିଲ୍ଲା କ୍ରୀଡ଼ା ସମ୍ପାଦକ ଜ୍ୟୋତିର୍ମୟ ଦାସ, ଯୁଧିଷ୍ଠିର ଲେଙ୍କା,ଦେବେନ୍ଦ୍ର ସାହୁ, ମନୋଜ ସାହୁ, ଶଶାଙ୍କ ଶେଖର ସାହୁ, ମିର୍ଜା ସଲିମ ବେଗ, ଦେବ ସୁନ୍ଦର ପାଢ଼ୀ, ଆବାସ ଖାନ, ସେକ ରାବନି ପ୍ରମୁଖ ପରିଚାଳନା କରିଥିଲେ ।