ଲୋକସମ୍ପର୍କ ଅଧିକାରୀଙ୍କ ବିଦାୟୀ ସମ୍ବର୍ଦ୍ଧନା
ଭଦ୍ରକ : ଜିଲ୍ଲା ସଂସ୍କୃତି ଭବନ ଠାରେ ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ସଭାରେ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇଥିବା ବେଳେ, ସମ୍ମାନିତଅତିଥି ଭାବେ ଭଦ୍ରକ ପୌରାଧିକାରୀ ତାପସ ସାମଲ, ସାମ୍ବାଦିକ ଦୁର୍ଗାଷଙ୍କର ବିଶ୍ୱାଳ ଏବଂ ରମେଶ ଚନ୍ଦ୍ର ନାୟକ ମଞ୍ଚାସୀନ ଥିଲେ । ମୁଖ୍ୟଅତିଥି ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ଅତିଥି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ବିଦାୟୀ ଅଧିକାରୀ ରମେଶ ନାୟକଙ୍କ ବିଷୟରେ ଆଲୋକପାତ କରିବା ପାଇଁ ପ୍ରଥମେ ଯୁବ ସାମ୍ବାଦିକଙ୍କୁ କହିବାର ସୁଯୋଗ ଦିଆଯାଇଥିଲା । ମଞ୍ଚାସୀନ ଅତିଥି ରମେଶ ନାୟକଙ୍କ ବାବଦରେ ନିଜର ମତ ରଖିବା ସହ ପ୍ରଶଂସା କରଥିଲେ । ଚାକିରୀ କାଳ ମଧ୍ୟରେ ଅନେକ ଝଡ ଝଞ୍ଜା ଆସିଛି କିନ୍ତୁ ସବୁକୁ ସହି ଆଗକୁ ବଢିଛନ୍ତି ଶ୍ରୀ ନାୟକ ଏବଂ ନିଜର ଶାରୀରିକ ଅସୁସ୍ଥତାକୁ ପଛରେ ପକାଇ ସଫଳ ଭାବରେ ସମ୍ପାଦନ କରନ୍ତି ନିଜ କାର୍ଯ୍ୟକୁ ବୋଲି ଜିଲ୍ଲାପାଳ କହିଥିଲେ । ରମେଶ ବାବୁ ଥିଲେ ଜଣେ ମେଳାପୀ ଓ ଜ୍ଞାନୀ ବ୍ୟକ୍ତି ପ୍ରଥମେ ଭଦ୍ରକରେ ଲାଇବ୍ରେରୀଆନ ଓ ପରେ ଏଡିପିଆରଓ ଏବଂ ୩ ବର୍ଷରୁ ଅଧିକ ସମୟ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଅନ୍ୟଅତିଥି ଦୁର୍ଗା ବିଶ୍ୱାଳ, ରୂପକ ବିହାରୀ ରାୟ, ଜୟ ଜଗନ୍ନାଥ ମଲିକ, ଶଶୀ ଭୂଷଣ ସ୍ୱାମୀ, ନରେନ୍ଦ୍ର ସାମଲ, ପ୍ରମୋଦ ରାୟ ଅନ୍ୟାନ୍ୟ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ଅବିନାଶ ପଣ୍ଡା, ଜ୍ଞାନପ୍ରକାଶ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରମୋଦ ରାଉତ ଧନ୍ୟବାଦ ଦେଇଥିଲେ ।