ଫାଇନାନ୍ସ କମ୍ପାନୀର ଜୁଲୁମ୍ ବେକରେ ଫାଶୀ ଦେଇ ଆତ୍ମହତ୍ୟା କଲେ ଯୁବକ! 

ସାରସକଣା: ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନାରେ ମହିଳାଙ୍କ ଲିଖିତ ଅଭିଯୋଗ ଅନୁଯାଇ ଥାନା ଅନ୍ତର୍ଗତ ନଡ଼ିଆଠଳ ଗ୍ରାମର ଏକୋଇଶ ବର୍ଷର ଯୁବକ ଉମାକାନ୍ତ ପାତ୍ର ଫାଇନାନ୍ସ କମ୍ପାନୀର ଅପମାନ ସହି ନପାରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । 
ମୃତକଙ୍କ ମା ସୁନିତା ପାତ୍ରଙ୍କ ଅଭିଯୋଗ ଅନୁଯାଇ ଏସକେଏସ ଓ ସମସ୍ଥା ଘରୋଇ ଫାଇନାନ୍ସ କମ୍ପାନୀଠୁ ସେ ଟଙ୍କା ଲୋନ୍ ଆଣିଥିଲେ । ନିୟମ ଅନୁଯାୟୀ ସବୁ ଲୋନ୍ ଟଙ୍କା ମାସକୁ ମାସ ସେ ଦେଉଥିଲେ କିନ୍ତୁ ଏହା ଶୁଝି ଆସୁଥିବା ବେଳେ ଚଳିତ ମାସର ମଧ୍ୟ ଟଙ୍କା ଦେବାର ଥିଲା । ମାତ୍ର କୌଣସି କାରଣରୁ ଦେବାକୁ ସକ୍ଷମ ନଥିବା କହିବାରୁ କମ୍ପାନୀ ଲୋକ ଗାଳି ଗୁଲଜ କରିଥିଲେ । ମା ଜଣଙ୍କ ଘରକୁ ଆସି ଟଙ୍କା ଯୋଗାଡ କରିବାକୁ ବାହାରି ଯାଇଥିବା ବେଳେ କମ୍ପାନୀ ଲୋକ ଘରକୁ ଆସି ପୁଅ ଉମାକାନ୍ତକୁ ନାନାଦି କଥା କହି ମାନସିକ ନିର୍ଯ୍ୟାତନା ଦେଇଥିଲେ ଫଳରେ ସେ ଆତ୍ମହତ୍ୟା କରିଛି ବୋଲି ମୃତକଙ୍କ ମା ଅଭିଯୋଗ କରିଛନ୍ତି ।  ଖବର ପାଇ ଝାରପୋଖରିଆ ପୁଲିସ୍ ଡାକ୍ତରଖାନାରେ ପହଞ୍ଚô  ପ୍ରାଥମିକ ତଦନ୍ତ ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଅଭିଯୋଗକୁ ଆଧାର କରିରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି । ଫାଇନାନ୍ସ କମ୍ପାନୀର ଅପମାନ ସହି ନପାରି ସେ ଏପରି ଚରମ ପଦକ୍ଷେପ ଉଠାଇଥିବା ମା ଅଭିଯୋଗ କରିଛନ୍ତି ।