ମାଟ୍ରିକ୍ ପରୀକ୍ଷା ଦେବେ ୧୮୧୮ପରୀକ୍ଷାର୍ଥୀ
ବୈଶିଙ୍ଗା: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଆରମ୍ଭ ହୋଇ ମର୍ଚ୍ଚ ୬ ତାରିଖରେ ସମାପ୍ତ ହେବ ବୋଲି ବୋର୍ଡ ପକ୍ଷରୁ ସ୍ଥିରୀକୃତ ହୋଇଛି । ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ସମୁଦାୟ ୨୯,୧୫୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ରେଗୁଲାର ଭାବେ ୨୯,୦୫୯ ଜଣ ଓ ଏକ୍ସ ରେଗୁଲାର ଭାବେ ୯୬ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ବେତନଟୀ ବ୍ଲକରେ ମୋଟ ୧୧ଟି ପରୀକ୍ଷା କେନ୍ଦ୍ରରେ ରେଗୁଲାର ଭାବେ ୧୮୧୬ ଜଣ ଓ ଏକ୍ସ ରେଗୁଲାର ଭାବେ ୨ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ ବୋଲି ଜଣାପଡିଛି । ସେଥିମଧ୍ୟରୁ ଏମ୍ପିସି ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୬୨ ଜଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବେତନଟୀରେ ୧୯୦ ଜଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶାଳବଣି ରେ ୧୮୯ ଜଣ, ସତ୍ୟସାଇ ବିଦ୍ୟା ପିଠ ଖୁଣ୍ଟାପୁରରେ ୧୪୪ ଜଣ, ଅଁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୧୮ ଜଣ, ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ସନ୍ତରାରେ ୧୪୨ ଜଣ, ବ୍ରହ୍ମପୁରା ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୩୬ ଜଣ, ସିଦେ୍ଧଶ୍ୱର ଉଚ୍ଚ ବିଦ୍ୟାଳୟ ଛଚିନାପଦାରେ ୧୫୫ ଜଣ, କୃଷ୍ଣଚନ୍ଦ୍ର ଶିକ୍ଷା ନିକେତନ ପାଟଳିପୁରାରେ ୧୨୯ ଜଣ, ମୁନିଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ବୈଶିଙ୍ଗାରେ ୧୪୮ ଜଣ ଓ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଗଡଦେଉଳିଆରେ ୧୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାର ଜଣାପଡ଼ିଛି । ପ୍ରଶ୍ନପତ୍ର ଯୋଗାଣ ତଥା ପରିଚାଳନା ପାଇଁ ଏମ୍ପିସି ଉଚ୍ଚ ବିଦ୍ୟାଳୟ ବେତନଟୀକୁ ନୋଡାଲ ସେଣ୍ଟର କରାଯାଇଛି । କେବଳ ଗଣିତ ପରୀକ୍ଷା ବ୍ୟତୀତ ଅନ୍ୟ ସମସ୍ତ ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ଦିନ ୧୧ ଟା ୩୦ରେ ସରିବ । ଗଣିତ ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ଦିନ ୧୧ ଟା ୪୫ରେ ସରିବ । ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ପ୍ରତି ପରୀକ୍ଷା କେନ୍ଦ୍ରରେ ପରିଦର୍ଶକ, ତ୍ରିସ୍ତରୀୟ ସ୍କ୍ୱାର୍ଡ ସହିତ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ମିଳିଛି । ମୟୁରଭଞ୍ଜ ଜିଲ୍ଲା ଓଷ୍ଟା ସଂପାଦକ କିଶୋର କୁମାର ଆଚାର୍ଯ୍ୟ, ବ୍ଲକ୍ ସଭାପତି ଶିଶିର କୁମାର ନାୟକ, ବ୍ଲକ୍ ସଂପାଦକ ସୁର୍ଯ୍ୟାନନ୍ଦ ନାୟକ ବ୍ଲକ୍ର ସମସ୍ତ ପରୀକ୍ଷାର୍ଥୀଙ୍କର ସଫଳତା କାମନା କରିଛନ୍ତି ।