ଜିଲ୍ଳାସ୍ତରୀୟ କବି ଜୟଦେବ ଜୟନ୍ତୀ ପାଳିତ

ପୁରୀ : କବି ଜୟଦେବ ଓ କବିଙ୍କ ରଚିତ ଗୀତଗୋବିନ୍ଦ ମହାପ୍ରଭୁଙ୍କ ଅତି ପ୍ରିୟ ଥିଲେ । ଶ୍ରୀମନ୍ଦିରରେ ପ୍ରତ୍ୟହ ମହାପ୍ରଭୁ ନିଦ୍ରା ଯିବା ପୂର୍ବରୁ ଗୀତଗୋବିନ୍ଦ ଶୁଣିବା ପରମ୍ପରା ରହିଛି । ଯାହା କବିଙ୍କୁ ଏକ ଶ୍ରେଷ୍ଠ ସମ୍ମାନ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଳାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା । ଶୁକ୍ରବାର ଜିଲ୍ଲା ସଂସ୍କୃତି ଭବନଠାରେ ପୁରୀ ଜିଲ୍ଳାସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଜିଲ୍ଳା ପ୍ରଶାସନ, ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ବେହେରା ଆମ ଓଡ଼ିଶା ମାଟିର କବି ଜୟଦେବ ଚିର ଅମର ବୋଲି କହିବା ସହ କବିଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିଦେ୍ର୍ଦଶକ ପ୍ରଫେସର କୈଳାସ ଚନ୍ଦ୍ର ଟିକାୟତରାୟ, ଶ୍ରୀଜୟଦେବ ଫାଉଣ୍ଡେସନର ରାଜ୍ୟ ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ, ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ, ଶ୍ରୀଜୟଦେବ ଫାଉଣ୍ଡେସନ ପୁରୀ ଶାଖାର କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗଦେଇ କବି ଶ୍ରୀ ଜୟଦେବଙ୍କ ଜୀବନୀ, କାବି୍ୟକ ପ୍ରତିଭା ଓ ମହାପ୍ରଭୁଙ୍କ ସହ ତାଙ୍କ ସମ୍ପର୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସମସ୍ତଙ୍କୁ ସ୍ୱାଗତ ସହ ସଭା ପରିଚାଳନା କରିଥିଲେ । ପରେ ସିଦ୍ଧମହାବୀର ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ଶେଷରେ ଜିଲ୍ଳା କଳା ସଂସ୍କୃତି ସଂଘର ଉପସଭାପତି ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।