୪ ଜଣ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

 ରାଜକନିକା:  ରାଜକନିକା ଶିକ୍ଷା ମଣ୍ଡଳ ଅଧିନସ୍ତ ମଦରଙ୍ଗାପାଟ ନୋଡାଲ ଉପ୍ରା ବିଦ୍ୟାଳୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମହେନ୍ଦ୍ର କୁମାର ମାହୁଁନ୍ତଙ୍କ ସଂଯୋଜନାରେ ତାରାମଣି କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ, କାଟଣାଠାରେ ୪ ଜଣ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି  । ଏଥିରେ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ରାଜକନିକା ମଣ୍ଡଳ ଶିକ୍ଷାଧିକାରୀ ନଳିନୀ ରଞ୍ଜନ ରାଉତରାୟ ମୁଖ୍ୟବକ୍ତା ଭାବେ ବିଆରସିସି କୈଳାସ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ନାୟକ, ସମିତି ସଭ୍ୟା ପ୍ରତିନିଧି ଅମର କୁମାର ଜେନା, ପ୍ରାକ୍ତନ ବିଇଓ ସରୋଜକାନ୍ତ ବିହାରୀ, ବାବାଜୀ ଚରଣ ବାରିକ, ପ୍ରଦୀପ୍ତ କୁମାର ଦାସ, ଭେନୁ୍ୟ ପ୍ରଧାନଶିକ୍ଷକ ଚନ୍ଦନ କୁମାର ଦାସ ଓ ଏହି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  । 
ମୁଖ୍ୟ ଅତିଥି ଓ ସମସ୍ତ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ମଦରଙ୍ଗାପାଟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୁରଲୀଧର ଦାସ, ଡାଏଣୀଗିରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରମାମଣୀ ନାୟକ, ତାରାମଣି କପିଳେଶ୍ୱର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସହିତା ଧଳ, ବିଚାରିପୋଖରିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଲ୍ଲଭ କୁମାର ବେହେରାଙ୍କୁ ମାନପତ୍ର, ଉପଢୌକନ ଦେଇ ସମସ୍ତଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧିତ କରିବା ସହିତ ସମସ୍ତଙ୍କ ଗୁଣଗାନ କରାଯାଇଥିଲା । ଆଲୋକ କୁମାର ମାଝୀ,ପ୍ରମୋଦ କୁମାର ଧଳ,ଶାନ୍ତିଲତା ମଲ୍ଲିକ, ବାସନ୍ତୀ ଦାସ,ପ୍ରମୋଦ ଧଳ, ଯଶୋବନ୍ତ ପଲାଇ ଓ ପ୍ରଶାନ୍ତ ତ୍ରିପାଠୀ ଶ ସତ୍ୟବ୍ରତ ଦାସ ହରେକୃଷ୍ଣ ରାଉତ, କନକପ୍ରଭା ପ୍ରଧାନ,ପ୍ରଭାତ ମାଝୀଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।