ସମ୍ପାଦକ ଭାବେ ସମ୍ବର୍ଦ୍ଧିତ ହେଲେ ସୁବୋଧ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ସଫଳ ସଂପାଦକ ଭାବେ ସମ୍ବର୍ଦ୍ଧିତ ହେଲେ ଭରତପୁର କୃଷି ସମବାୟ ସମିତିର ସଂପାଦକ ସୁବୋଧ କୁମାର ଲେଙ୍କା । କେନ୍ଦ୍ରାପଡା ପୈାରସଂସ୍ଥା, ଟାଉନ୍ ହଲ୍ ପରିସରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକ ବିକାଶ ସମବାୟ ସମିତି ଲିଃ ତରଫରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ଲେଙ୍କାକୁ ଜିଲ୍ଲାର ସଫଳ ସଂପାଦକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । କୃଷକ ସମବାୟ ସମିତିର ସଭାପତି ପ୍ରମୋଦ କୁମାର ସାହୁ ଓ ଓଡିଶା କର୍ମଚାରୀ ମହାମଞ୍ଚ ରାଜ୍ୟ ସଭାପତି ଗୋଲଖ ମହାପାତ୍ର, ବିଜେପିର ବରିଷ୍ଠ ନେତା ତେଜେଶ୍ୱର ପରିଡା, ଗୀତାଞ୍ଜଳି ସେଠୀ, ଅନୁଷ୍ଠାନର ସଂପାଦକ ଅରବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଶ୍ରୀ ଲେଙ୍କା ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଦୁଇଥର ସମ୍ମାନୀତ ହୋଇଥିବା ଜଣାପଡିଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
