ଜାତୀୟ ସୁରକ୍ଷା ସପ୍ତାହ ପାଳିତ
କେନ୍ଦୁଝର : ମେଟାଲିକ୍ସ କାରଖାନାରେ ୫୪ତମ ଜାତୀୟ ସୁରକ୍ଷା ସପ୍ତାହ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ କାରଖାନାର ସଭାପତି ସରୋଜ ବିଶ୍ୱାଳ ପତାକା ଉଦ୍ଘାଟନ କରି କର୍ମଚାରୀ ଏବଂ ଶ୍ରମିକଙ୍କ ସର୍ବୋତମ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । କମ୍ପାନୀର ରେକର୍ଡ ଉତ୍ପାଦନ ନିମନ୍ତେ ସମସ୍ତ କର୍ମଚାରୀ ଏବଂ ଶ୍ରମିକମାନଙ୍କ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଥିଲେ । ଏହି ଉସôବରେ ଟେକନିକାଲ ହେଡ ବିଏନ୍ ପ୍ରସାଦ କମ୍ପାନୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ,ସୁରକ୍ଷା ଏବଂ ସମସ୍ତଙ୍କର ନିରାପତ୍ତା ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରିଥିଲେ । ଏଚ୍ଆର୍ ହେଡ ଶିଶିର କୁମାର ରାଉତ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ଶପଥ ପାଠ କରାଇଥିଲେ । ଚଳିତ ମାସ ୪ ତାରିଖଠାରୁ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଇନଜାମୁଲ ହକ୍, ଜ୍ଞାନ ରଞ୍ଜନ ସ୍ୱାଇଁ, ସିନିୟର ଡିଜିଏମ୍ ଅବନୀ ବିଶ୍ୱାଳ, କ୍ରୀଣ୍ଣାରାଓ ପାଏଲା, ବିନୋଦ ମହାନ୍ତି, ସୁଶିଲ ଭୂୟାଁ, ମୁକୁଲ ଦତ୍ତ, ଅମରେଶ ଲେଙ୍କା, ଚିନ୍ମୟ ରାଉତ, ଅରବିନ୍ଦ ନନ୍ଦ, ଶେଷଦେବ ବେହେରା, ଶରତ ପ୍ରଧାନ, ଦେବବ୍ରତ ମେହେର, ଅସରଫ୍ ଅଲ୍ଲୀ ହଜାରୀ, ଭଗବାନ ବେହେରା, ବିଜୟ ବାରିକ, ଅଫ୍ତାବ ଆଲମ ପ୍ରମୁଖ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
