ବିଏମସି ଅଧିକାରୀଙ୍କୁ ମାଡ଼ ଘଟଣା ଛୁଟିରେ ଓଏଏସ ଅଧିକାରୀ 

କେନ୍ଦୁଝର : ଭୁବନେଶ୍ୱର ମହାନଗର ନିଗମରେ କାର୍ଯ୍ୟରତ ବରିଷ୍ଠ ଓଏଏସ ଅଧିକାରୀ ରନôାକର ସାହୁଙ୍କ ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣର କଡ଼ା ପ୍ରତିକ୍ରିୟା ସ୍ୱରୂପ, ଓଡ଼ିଶା ପ୍ରଶାସନିକ ସେବା ଆସୋସିଏସନ, କେନ୍ଦୁଝର ୟୁନିଟର ସମସ୍ତ ଓଏଏସ ଅଧିକାରୀ ସାମୂହିକ ଭାବେ ଅନିର୍ଦ୍ଧିଷ୍ଟକାଳ ପାଇଁ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଓଏଏସ ଅଧିକାରୀଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ମାଧ୍ୟମରେ ଜିଲ୍ଲାପାଳଙ୍କୁ ସୂଚିତ କରାଯାଇଛି  । ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ଓଏଏସ ସଂଘର ସଭାପତି ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଦସ୍ୟମାନଙ୍କ ମଧ୍ୟରେ ସର୍ବସମ୍ମତ କ୍ଷୋଭ ପ୍ରକାଶ ପାଇଥିଲା, ଏହି ଆକ୍ରମଣକୁ କେବଳ ଏକ ଅପରାଧିକ କାର୍ଯ୍ୟ ନୁହେଁ ବରଂ ସାର୍ବଜନୀନ ସେବାର ମର୍ଯ୍ୟାଦା ଉପରେ ଏକ ସ୍ପଷ୍ଟ ଆକ୍ରମଣ ବୋଲି କହିଥିଲେ । ସଂଘ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଧନ୍ୟବାଦ ଦେବା ସହ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ସମସ୍ତ ଅପରାଧୀଙ୍କ ବିରୁଦ୍ଧରେ କଠୋର ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ପ୍ରସ୍ତାବ ଗୃହୀତ କରାଯାଇଛି  । ଆକ୍ରମଣକୁ ବିରୋଧ କରି ଏହି ଆନେ୍ଦାଳନକୁ ଜିଲ୍ଲା ଓଡ଼ିଶା ରାଜସ୍ୱ ସଂଘ ଏବଂ ରାଜସ୍ୱ ଅମଲା ସଂଘ ମଧ୍ୟ ସମର୍ଥନ ଜଣାଇଛନ୍ତି ।