ଜୟ ଢେ଼ାଲକିଆ ନାମରେ ମୋହର ମାରିଲା ବିଜେପି

ଜୟ ଢେ଼ାଲକିଆ ନାମରେ ମୋହର ମାରିଲା ବିଜେପି । ନୂଆପଡା ଉପନିର୍ବାଚନ ପାଇଁ ନୂଆପଡାରୁ ବିଜେପି ପ୍ରାର୍ଥୀ ଭାବେ ଲଢିବେ ଢେ଼ାଲକିଆ । ଏନେଇ ବଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରିଛି ବିଜେପି । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ । ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ରହିବେ । କଂଗ୍ରେସ ପକ୍ଷରୁ ଘସିରାମ ମାଝିଙ୍କ ନାମ ଘୋଷଣା ସରିଥିଲେ ମଧ୍ୟ ବିଜେଡ଼ି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପାର୍ଥୀଙ୍କ ନାମ ଘୋଷଣା କରା ଯାଇ ନାହିଁ ।