ବାରବାଟୀରୁ ଲଢ଼ିବେ ମୋକିମଙ୍କ ଝିଅ

Barabati Cuttack, Moquim's Daughter Sofia

ବାରବାଟୀରୁ ଲଢ଼ିବେ ମୋକିମଙ୍କ ଝିଅ

ପ୍ରଭାନ୍ୟୁଜ : ଏଥର କଟକ ବାରବାଟୀରୁ ମହମ୍ମଦ ମୋକିମ୍‌ ନିର୍ବାଚନ ଲଢ଼ିପାରିବେ ନାହିଁ  । ଓଆରଏଚଡ଼ିସି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କର ଲଢ଼ିବା ନେଇ ଆଇନଗତ କଟକଣା ରହିଛି  । ତେଣୁ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋଷ ହିଁ ବାପାଙ୍କ ସ୍ଥାନରେ ପ୍ରାର୍ଥୀ ହେବେବୋଲି ଚର୍ଚ୍ଚା ଜୋରଧରିଛି  ।
ଗତକାଲି ସୁପ୍ରିମକୋର୍ଟ ଏହି ମାମଲାରେ ମୋକିମଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ  । ଫଳରେ ସେ ଗିରଫ ହେବେନାହିଁ  । ତେବେ ସର୍ବୋଚ୍ଚ ଅଦାଲତ କେବଳ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି  । କିନ୍ତୁ ନିମ୍ନ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାରୁ ମୋକିମ ନିର୍ବାଚନ ଲଢ଼ିପାରିବେନି  । 

ଏଥିପାଇଁ ମୋକିମ ଆଜି ଦଳୀୟ କର୍ମୀମାନଙ୍କର ଏକ ବୈଠକ ଡକାଇଥିଲେ  । ବୈଠକରେ ତାଙ୍କ ଝିଅ ସୋଫିଆ ମଧ୍ୟ ଉପସ୍ଥିତ ଥିଲେ  । ମୋକିମଙ୍କ ସମର୍ଥକମାନେ ସୋଫିଆଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଥିବାବେଳେ ସେ ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି  । ଏଯାଏଁ ମୋକିମଙ୍କ ପାଇଁ ବାରବାଟୀ-କଟକ ଆସନ ନିମନ୍ତେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ  । ଖୁବଶୀଘ୍ର ସୋଫିଆଙ୍କ ନାମ ଘୋଷଣା କରାଯିବ ବୋଲି ଜାଣିବାକୁ ମିଳିଛି  ।