ଝାଡେଶ୍ୱର କଲେଜରେ ସ୍ୱାଗତ ଉତ୍ସବ

 ଟମକା : ଦାନଗଦୀ ବ୍ଲକ ଟୋଲକାନୀ ସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସରକାରଙ୍କ ଦ୍ୱାରା ନିଯୁକ୍ତ ପିଜିଟି ଅଧ୍ୟାପକ/ଅଧ୍ୟାପିକା ମାନଙ୍କୁ ସ୍ୱାଗତ କରାଯାଇଛି । ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ ଉତ୍ସବରେ ଅଧ୍ୟାପକ ଡ.କ୍ଷିରୋଦ ଚନ୍ଦ୍ର ବେହେରା, ଲକ୍ଷ୍ମୀଧର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ, ଅଧ୍ୟାପକ ରଞ୍ଜନ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ସୁନାମକୁ ବଜାୟ ରଖିବା ପାଇଁ ସମସ୍ତେ ଏକ ମନ ଓ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ଡ. ପଣ୍ଡା ନିଜର ବକ୍ତବ୍ୟରେ ସମସ୍ତେ ଶୃଙ୍ଖଳିତ, ସମୟାନୁବର୍ତୀ, କର୍ତବ୍ୟ ପରାୟଣ, ଉଚ୍ଚମାନର ଶିକ୍ଷାଦାନ ତଥା ମାର୍ଜିତ ଓ ରୁଚି ସମ୍ପର୍ଣ୍ଣ ବ୍ୟବହାର ମାଧ୍ୟମରେ ଛାତ୍ରଛାତ୍ରୀ ତଥା ଏ ଅଞ୍ଚଳର ପ୍ରଶଂସିତ ହୋଇ ଏଅନୁଷ୍ଠାନର ସୁନାମ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ତୋଫାନ କୁମାର ଜେନା, ଖଗେଶ ଜେନା, ରଞ୍ଜନ କୁମାର ଖଣ୍ଡା, ପାରିଜାତ ମହାନ୍ତି, ଶ୍ରୀମନ୍ତ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅଧ୍ୟକ୍ଷ ଡ.ପଣ୍ଡା ନୂତନ ଭାବେ ନିଯୁକ୍ତି ପାଇଥିବା ଅଧ୍ୟାପକ ଅମର ସେଠୀ, ମୁନା ନାୟକ, ଅଭୟ କୁମାର ସାହୁ, କଲ୍ୟାଣୀ ମହାନ୍ତ, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନେ୍ଦ ଉକôଳଜନନୀ ଗାନ କରାଯାଇଥିଲା । ଅଧ୍ୟାପକ ଖଗେଶ କୁମାର ଜେନା ପ୍ରଭୁ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ । ଅଧ୍ୟାପକ ଗୋବର୍ଦ୍ଧନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।