ମୃତୁ୍ୟର ଖେଳ: ଚାଲିଗଲା ୧୩ବର୍ଷ ବାଳକର ଜୀବନ

 ବଡ଼ଚଣା : ମିଛି ମିଛିକା ଖେଳ ପାଲଟିଗଲା ମୃତୁ୍ୟର ଖେଳ । ମୃତୁ୍ୟର ଖେଳ ଖେଳୁ ଖେଳୁ ସାନ ଭଉଣୀ ଆଗରେ ଚାଲିଗଲା ନାବାଳକ ଭାଇର ଜୀବନ । ଏଭଳି ଏକ ଅଭାବନୀୟ ଘଟଣଣା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଫାଣ୍ଡି ଚଣ୍ଡିତଳ ପଞ୍ଚାୟତ ଯୋରବାଟୀ ଗ୍ରାମରେ ଘଟିଛି । ମଙ୍ଗଳବାର ସମୟ ୧୨ରେ ସମୟରେ ତସିର ଉଦ୍ଦିନ ପତ୍ନ୍ୀ ଅନାରା ବେଗମ୍ ଧାନମଣ୍ଡଳ ବଜାର ଆସିଥିବା ବେଳେ ନିଜର ଆଈମା ଘରେ ଥିଲେ ୧୩ବର୍ଷର ପୁଅ ରାହୁଲ ବା ସିରାଜ ଏବଂ ୯ବର୍ଷର ଭଉଣୀ । ଭାଇ ଭଉଣୀ ଜୀବନ ମୃତୁ୍ୟ ଖେଳଖେଳି ଥିଲେ । ମିଛି ମିଛିକା ଖେଳରେ ରାହୁଲ ଗଳାରେ ରଶି ଲଗାଇ ଦେଇଥିଲା । ମୃତୁ୍ୟର ଖେଳ କାଳ ହୋଇ ସତରେ ପରିଣତ ହୋଇଯାଇଥିଲା । ଏଭଳି ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁଁ ଯାଜପୁର ମେଡ଼ିକାଲକୁ ପଠାଇଥିଲା । ଏନେଇ ୧୪/୨୫ରେ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କ ନିର୍ଦେଶରେ ତଦନ୍ତଭାର ମାନସୀ ବରାଳ ନେଇଥିବା ବେଳେ ସାଇନ୍ଟିଫିକ୍ ଦଳ ପହଁଚି ତଦନ୍ତ କରିଛି ।