ଟିପିସିଓଡିଏଲ ପକ୍ଷରୁ ଦଶହରା ପାଇଁ ସୁରକ୍ଷା ବ୍ୟବସ୍ଥା :ନିରାପଦ ପୂଜା ପାଇଁ ସୁରକ୍ଷା ନିୟମ ପାଳନ୍ତୁ

 ଭୁବନେଶ୍ୱର : ଟାଟା ପାୱାର ଏବଂ ଓଡିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଦଶହରାରେ ସୁରକ୍ଷିତ ବିଦ୍ୟୁତ ସରବରାହ ପାଇଁ ବିଶେଷ ସୁରକ୍ଷା ଉପାୟ ଘୋଷଣା କରାଯାଇଛି । ଟିପିସିଓଡିଏଲ୍ ସେବା ଯୋଗଉଥିବା ଅଞ୍ଚଳରେ ହଜାର ହଜାର ପୂଜା ପେଣ୍ଡାଲ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଉତ୍ସବ ଷ୍ଟଲ୍ ଆୟୋଜିତ ହେବାକୁ ଥିବାରୁ ଟିପିସିଓଡିଏଲ ସାର୍ବଜନୀନ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛି  । ଆୟୋଜକ, ବିକ୍ରେତା ଓ ନାଗରିକମାନଙ୍କୁ ନିର୍ଦ୍ଦିଷ୍ଟ ନିଦେ୍ର୍ଦଶାବଳୀ କଡାÿକଡି ଭାବେ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି  । ପୂଜା କମିଟି ଏବଂ ଦୋକାନ ମାଲିକମାନେ ଟିପିସିଓଡିଏଲର ସେକ୍ସନ, ସବଡିଭିଜନ କିମ୍ବା ଡିଭିଜନ କାର୍ଯ୍ୟାଳୟରୁ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ପାଇପାରିବେ । ଲାଇସେନ୍ସପ୍ରାପ୍ତ ଟେକ୍ନିସିଆନ ମୂତୟନ କରିବାକୁ ଆୟୋଜକମାନଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ତାରକୁ ନ ଯୋଡ଼ି ଉପଯୁକ୍ତ ଓୟାରିଂ କରିବାକୁ କୁହାଯାଇଛି  । ଉପଯୁକ୍ତ ଆର୍ଥôଂ କରିବା ଏବଂ ବିଦ୍ୟୁତ ଝଟକାରୁ ସୁରକ୍ଷା ପାଇଁ ୩୦ ଏମଏ କଟଅଫ ରେଟିଂର ଆରସିସିବି ବ୍ୟବହାର କରିବାକୁ କୁହାଯାଇଛି । ଏଲଇଡି ଲାଇଟ୍ ବ୍ୟବହାର କରିବା, ସକେଟ ଗୁଡିକ ଉପରେ ଅତ୍ୟଧିକ ଭାର ନଦେବା ସହ, ନିମ୍ନ ମାନର ସାମଗ୍ରୀ ବ୍ୟବହାର ନିଷେଧ କରିବାକୁ ଏବଂ ପେଣ୍ଡାଲଗୁଡ଼ିକରେ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରସ୍ତୁତ ରଖିବାକୁ ପୂଜା କମିଟିଗୁଡ଼ିକୁ ଉତ୍ସାହିତ କରାଯାଉଛି । ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିିନ୍ଦ୍ ସିଂହ କହିଛନ୍ତି ସୁରକ୍ଷା ହେଉଛି ଆମର ପ୍ରାଥମିକତା । ଆମେ ସାଧାରଣ ନାଗରିକ ଏବଂ ଆୟୋଜକମାନଙ୍କୁ ବିଧିବଦ୍ଧ ସଂଯୋଗ ଚୟନ କରିବା ଏବଂ ସୁରକ୍ଷା ନିଦେ୍ର୍ଦଶାବଳୀ ଅନୁସରଣ କରିବାକୁ ଅନୁରୋଧ କରୁଛୁ ଯାହା ଦ୍ୱାରା ସମସ୍ତେ ଆନନ୍ଦ ଏବଂ ସୁରକ୍ଷା ସହିତ ଏହି ପର୍ବ ପାଳନ କରିପାରିବେ ।