ବେଆଇନ ବାଣ ଜବତ, ୧ ଗିରଫ

ସାଲେପୁର:  ପାର୍ବଣ ଋତୁ ଅବସରରେ ବାଣ ବିକ୍ରୟ ପାଇଁ ମହଜୁଦ ରଖିଥିବାବେଳେ ସାଲେପୁର ପୁଲିସ ଚଢ଼ଉ କରି ବିପୁଳ ପରିମାଣରେ ବେଆଇନ୍ ବାଣ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ପିକୋଳ ପଞ୍ଚାୟତ ମାଣିତ୍ରୀ ଗ୍ରାମର ଉମାକାନ୍ତ ପରମାଣିକଙ୍କ ପୁତ୍ର ମହେନ୍ଦ୍ର ପରମାଣିକ ବାଣ ବିକ୍ରୟ କରିବା ନିମନ୍ତେ ବେଆଇନ୍ ଭାବେ ପ୍ରାୟ ୬ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବିଭିନ୍ନ କିସମର ବାଣ ଘରେ ମହଜୁଦ ରଖିଥିବାବେଳେ ସାଲେପୁର ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘରେ ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରିବା ସହ ମହେନ୍ଦ୍ର ପରମାଣିକକୁ ଗିରଫ କରିଥିବା ଜଣାଯାଇଛି । ଏନେଇ ପୁଲିସ ପକ୍ଷରୁ ସାଲେପୁର ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।