ଗଞ୍ଜେଇ ଜବତ, ଛତ୍ରଭଙ୍ଗ ଦେଲେ ମାଫିଆ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଗୋଛାପଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଳାଣ ହେଉଥିବା ବେଳେ ଖବର ପାଇ ମିଳିଛି ଗଞ୍ଜେଇ ଚାଲାଣ ବେଳେ ଗୋଛାପଡା ଥାନା ଅଧୀନରେ ଥିବା ବନ୍ଧୁଲି ଜଙ୍ଗଲରେ ପୁଲିସ ଅତର୍କିତ ଚଢ଼ାଉ କରି ୭୩ ଟି ପ୍ଲାଷ୍ଟିକ ବସ୍ଥାରେ ଭର୍ତି ହୋଇଥିବା ୧୮୨୫ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଚଢାଉ ସମୟରେ ଖବର ପାଇ ମାଫିଆ ମାପେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ପୁଲିସ ସୂଚନା ଦେଇଛି । ପୁଲିସ ସୂଚନା ଅନୁସାରେ ଏହି ବନ୍ଧୁଲି ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ଚାଲାଣ ପାଇ ପ୍ରସ୍ତୁତି ଚଳାଇଥିବା ପୋଲିସ କୁ ଖବର ମିଳିଥିଲା ଓ ଖବରପାଇବା ପରେ ଫୁଲବାଣୀ ସଦର ଏସଡ଼ିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ସହ ଏକ ସ୍ୱତନ୍ତ୍ର ଟିମ ଓ ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ସହ ଗୋଛାପଡା ଥାନାରେ ଏକ ଟିମ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ ଏହି ବନ୍ଧୁଲି ଜଙ୍ଗଲରେ ଚଢ଼ାଉ କରିଥିଲେ ।
ପୁଲିସ ଗଞ୍ଜେଇ ବସ୍ତା ଗୁଡିକୁ ଜବତ କରି ଥାନାକୁ ଆଣିଥିବା ବେଳେ ମଙ୍ଗଳବାର ଏହି ଘଟଣାକୁ ନେଇ ୯୫/୨୦୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବା ସହ ଫେରାର ମାଫିଆ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀଙ୍କ ସହ ଏସ୍ଡ଼ିପିଓ ବିଶ୍ୱାଳ ସୂଚନା ଦେଇଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିଦେ୍ର୍ଦଶ ଓ ଏସ.ଡି.ପି.ଓ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିତିମତ ଭାବରେ ବିଭିନ୍ନ ଜାଗାରେ ଚଢ଼ାଉ କରିଚାଲିଛନ୍ତି ଓ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହେଉଛି ।