ସୋଲରୀ ପାହାଡ଼ ତଳେ ହେବ ଗୋଶାଳା

 ବାଣପୁର : ବାଣପୁର-ଚିଲିକା ଗୋଶାଳା କମିଟିର ଏକ ବୈଠକ ଅଂକୁଲା ଚଟି ସ୍ଥିତ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସମାଜସେବୀ ଡ଼ଃ ମଧୁସୂଦନ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିତେନ୍ଦ୍ର କୁମାର ବିଶ୍ୱାଳ ଓ ନିଶି ରଞ୍ଜନ ସାମନ୍ତରାୟ ଏହାକୁ ସଂଯୋଜନା କରିଥିବାବେଳେ ସଭା ପରିଚାଳନା କରିଥିଲେ ଶିକ୍ଷାବିତ ଭାଗିରଥି ସ୍ୱାଇଁ । ଅତିଥି ଭାବେ ଚିଲିକା ତହସିଲଦାର କାହ୍ନୁଚରଣ ଘଡ଼େଇ, ବରିଷ୍ଠ ନାଗରିକ ଆବାସ ପ୍ରତିଷ୍ଠାତା ସୁକାନ୍ତ କୁମାର ବିଶ୍ୱାଳ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଜଗଦୀଶ ଲକୋଟିଆ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଅଶୋକ କୁମାର ପାଇକରାୟ, ରଞ୍ଜନ ବଡ଼ଜେନା, ମାନସ ରଞ୍ଜନ ବଳିୟାରସିଂ ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିବାବେଳେ ବହୁ ଗୋ ସେବକ ଓ ବଜରଙ୍ଗ ଦଳର ବହୁ କର୍ମକର୍ତ୍ତା ଗୋ ବଂଶର ଅବକ୍ଷୟ ପାଇଁ ଉଦ୍ବେଗ ପ୍ରକାଶ କରିଥିଲେ । ବୈଠକରେ ସୋଲରୀ ପାହାଡ଼ ପାଦ ଦେଶରେ ଗୋଶଳା ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ ଏକ କମିଟି ଗଠନ କରାଯାଇ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରାଯିବା ସହ ସଂଗଠନକୁ ଦୃଢ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଗୋ ମାତାଙ୍କ ରହିବା ପାଇଁ ଗୁହାଳ ପାଣି ଓ ବିଦୁ୍ୟତକରଣ ପାଇଁ ଆଲୋଚନା ହୋଇଥିଲା । ଶେଷରେ ଆବାହକ ସତ୍ୟେନ୍ଦ୍ର କୁମାର ସ୍ୱୀନ ଧନ୍ୟବାଦ ଅର୍ପଣ କରିଥିଲେ ।